ଆଜି ଥୁଆମୂଳ ରାମପୁର ଝାମୁଯାତ୍ରା ବା ବାଲିଯାତ୍ରା : ରୂପା ଅଳଙ୍କାରେ ମଣ୍ତିତ ହୋଇ ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେବେ ବାବା ଅଗ୍ନି ଭୈରବ l
ଥୁଆମୂଳ ରାମପୁର,୨୨/୦୯-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ ବୋହୂ ପୁରାତନ ତନ୍ତ୍ର ମନ୍ତ୍ର ର ପୀଠ ମାଁ ମାଣିକେଶ୍ବରୀ ଦେବୀ ଓ ବାବା ଅଗ୍ନି ଭୈରବ ଦେବଙ୍କ ପୀଠରେ ପବିତ୍ର ଷଷ୍ଠୀ ତିଥିରେ ବାବା ଭୈରବ ଦେବଙ୍କ ଆଜି ଝାମୁଯାତ୍ରା ବା ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଝାମୁଯାତ୍ରା ରେ ବାବା ଭୈରବ ଦେବ ଏବଂ ମାଁ ମାଣିକେଶ୍ବରୀ ଶ୍ରଧାଳୁ ମାନଙ୍କୁ ଦର୍ଶନ ଦେବେ।

ଗତ ୧୫ତାରିଖରୁ ବାଲି ତୃତୀୟା ଦିନୁ ଏହି ଯାତ୍ରା ଆରମ୍ଭ କରାଯାଇ ଆଜି ବାଲିଯାତ୍ରା ବା ଝାମୁଯାତ୍ରା ଉତ୍ସବ ଆୟୋଜିତ ହେବ। ଏଥିପାଇଁ ପୂଜା କମିଟି ପକ୍ଷରୁ ଜୋରଦାରେ ପ୍ରସ୍ତୁତି କାର୍ଯ୍ଯ ଆଗେଇ ଚାଲିଥିବା ବେଳେ ପରମ୍ପରା ଅନୁଯାୟୀ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରୁ ହିଁ ଆରମ୍ଭ କରାଯାଇଛି। ତେବେ ଚଳିତ ମାସ ୧୫ ତାରିଖ ଦିନ ଦ୍ୱାଦଶୀ ତିଥିରେ ୯ଗୋଟି ବାଉଁଶ ଚାଙ୍ଗିଡି ରେ ବାଲି କାଢା ଯାଇ ୯ ପ୍ରକାରର ଶସ୍ୟକୁ ବାବା ଭୈରବ ଦେବଙ୍କ କାଳିଶି ଙ୍କ ଦ୍ଵାରା ଶସ୍ୟ ରୋପଣ କରାଯାଇଥିଲା l ଠିକ୍ ଏହାର ୫ ଦିନ ପରେ ଅର୍ଥାତ୍ ପଞ୍ଚମୀ ତିଥିରେ ଲୋକଙ୍କର ବିଶ୍ଵାସ ଭାର୍ଜନ ହେବାପାଇଁ ବାବା ଭୈରବ ଦେବ ନଗର ପରିକ୍ରମା କରି କଣ୍ଟା ଗାଦିଆରେ ବସି ଭକ୍ତଙ୍କୁ ବାବା ଭୈରବ ଦେବ ଓ ମାଁ ମାଣିକେଶ୍ବରୀ ଦର୍ଶନ ଦେଇଥିଲେ l

ଏବଂ ପରିଶେଷରେ ଅର୍ଥାତ୍ ଷଷ୍ଠୀ ତିଥିରେ ପୁଣି ନଗରପରିକ୍ରମ କରି କଣ୍ଟା ଦୋଳି ଓ କଣ୍ଟା ଗଦିଆ ବାସୀ ବସିବେ ଏବଂ ପୂର୍ବରୁ ଅଗ୍ନିକୁଣ୍ଡ ପ୍ରସ୍ତୁତ ହୋଇଥାଏ ସେହି ଅଗ୍ନି କୁଣ୍ତ ଅଭିମୁଖେ ଯାଇ ହୁତୁ ହୁତୁ ହୋଇ ଜଳୁଥିବା ଅଗ୍ନିକୁଣ୍ତ ଭିତରେ ପ୍ରବେଶ କରି ଅଗ୍ନି ପରୀକ୍ଷା ଦେବେ l ସେହି ଯାତ୍ରା ହେଉଛି କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଝାମୁଯାତ୍ରା। ଏହି ଅବସରରେ ପୂଜା କମିଟି ପକ୍ଷରୁ ରାତ୍ରିରେ ଭକ୍ତଙ୍କ ମନୋରଞ୍ଜନ ପାଇଁ ଜିଲ୍ଲା ସ୍ତରୀୟ ଘୁମୁରା ପ୍ରତିଯୋଗିତା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଭୈରବ କାଳିସୀ ପାଇଁ ଯୁବକ ଲାଲ ପରିଛା ଓ ମାଁ ମାଣିକେଶ୍ବରୀ କାଳିସୀ ଭାବର ଶରତ ଚନ୍ଦ୍ର ପୁଝାରୀ ଭକ୍ତଙ୍କୁ ଦର୍ଶନ ଦେବେ। ଝାମୁଯାତ୍ରା ପୂଜାର୍ଚ୍ଚନା କାର୍ଯ୍ଯରେ ମୁଖ୍ୟ ପୂଜକ ତାପସ ରାୟଗୁରୁ ଏବଂ ମନ୍ଦିର ପୂଜକ ଅଶୋକ କୁମାର ମୁଣ୍ଡ, ଏବଂ ମାଁ ଠାକୁରାଣୀ ପୁଝାରୀ ଡମ୍ବରୁଧର ପୁଝାରୀ, ରାମ ହରି ବହୁକ, ଗୌରଚନ୍ଦ୍ର ମୁଣ୍ଡଛିନା ପ୍ରମୁଖ ଏଥିରେ ସାମିଲ ହୋଇ ସମସ୍ତ ପୂଜା ବିଧି କରିବେ । ତେବେ ଆଜି ଆୟୋଜିତ ହେଉଅଛି
ବାବା ଭୈରବ ଦେବଙ୍କ ବିଖ୍ଯାତ ଅଗ୍ନି ପରୀକ୍ଷା ବା ଝାମୁଯାତ୍ରା।