ଗାଁ କୁ ଫେରାଲା ଦାଦନ ଶ୍ରମିକଙ୍କ ମୃତ ଶରୀର ଶବ ସତ୍କାର ସପନ୍ନ।
ଥୁଆମୂଳ ରାମପୁର,୦୧/୧୦-(ଦୁର୍ଗା କୀର୍ତ୍ତି):- ନିଜ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ଯକୁ ଦାଦନ ଶ୍ରମିକ ଭାବରେ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ମୃତ ଦେହ ମଙ୍ଗଳବାର ସକାଳେ ତାଙ୍କ ଗାଁ କୁ ପହଞ୍ଚିଥିଲା। ମିଳିଥିବା ସୂଚନାର ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ପାଡେପଦର ପଞ୍ଚାୟତ ସ୍ଥିତ ମୁଣ୍ତିଘାଟି ଗ୍ରାମର ସୁକଳ ଦେଇ ମାଝୀ (୩୯)ଙ୍କ ସ୍ବାମୀ ମନ ମାଝୀ (୪୧) ପ୍ରାୟ ମାସେ ତଳେ ତାଙ୍କ ପରିବାର ର ପ୍ରତିପୋଷଣ ପାଇଁ ତାମିଲନାଡୁ ରାଜ୍ଯ ସ୍ଥିତ କଇମ୍ବତୁର ଜିଲ୍ଲାର ସେଟି ପାଲିଆମ ଥାନା ନିକଟବର୍ତ୍ତି ଅଞ୍ଚଳରେ ଦାଦନ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ ।

ହେଲେ ଦୁର୍ଭାଗ୍ୟ ବଶତଃ ଗତ ଶନିବାର ଦିନ କୌଣସି କାମ ନେଇ ପଲାଚି ସହର ଠାରୁ ଉତ୍କଳ ମଣ୍ତପ ପେଟ ବସରେ ଯାତ୍ରା କରୁଥିବା ସମୟରେ ମିଲଗେଟ୍ ପାଖରେ ବସ ରୁ ଖସିପଡ଼ି ସେ ମୃତ୍ୟୁ କରିଥିବା ଖବର ଆସି ପହଞ୍ଚିଛି ଥିଲା, ପରେ ଏନେଇ ତାଙ୍କ ସ୍ତ୍ରୀ ଓ ପରିବାର ଲୋକେ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ, ଅନ୍ତିମ ଶବ ସତ୍କାର କରିବା ପାଇଁ ଶବ ଫେରାଇ ଆଣିବାକୁ ପ୍ରଶାସନ ପାଖରେ ସାହାଯ୍ୟ ପାଇଁ ଜଣାଇଥିଲେ। ଅଭିଯୋଗ କୁ ଭିତ୍ତି କରି କଳାହାଣ୍ଡି ଜିଲ୍ଲା ପ୍ରଶାସନ କାଇମ୍ବତୁର ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରି କେମିତି ତାଙ୍କ ମର ଶରୀର ନିଜ ଗାଁ କୁ ଫେରିବ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଥିବା ବେଳେ ସମାଜସେବୀ ନବିନ କୁମାର ନାଏକ (ରିଏଲ୍ ନବୀନ) ଏବଂ ସ୍ଥାନୀୟ ସମିତି ସଭ୍ଯ ମୋହନ ସାଗର ଓ ସ୍ଥାନୀୟ ସରପଞ୍ଚ ଶଙ୍କର ପ୍ରସାଦ ନାଏକ ମଧ୍ୟ ଘନ ଘନ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ନିରୀହ ଗରିବ ପରିବାର କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ପରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗୁଁ ସେଠାରୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ଶବ ତାଙ୍କ ଗାଁ କୁ ଫେରିଥିଲା। ମଙ୍ଗଳବାର ଦିନ ମୃତ ଦାଦନ ଶ୍ରମିକ ମନ ମାଝୀଙ୍କ ଅନ୍ତିମ ଶବ ସତ୍କାର କାର୍ଯ୍ଯ ସପନ୍ନ କରାଯାଇଛି। ଏଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୪୦ହଜାର ଆଉ ବ୍ଲକ୍ ପ୍ରଶାସନ ପକ୍ଷରୁ ୨୦ହଜାର ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ନିଜସ୍ଵ ପକେଟ୍ ରୁ ୨୦ହଜାର ଟଙ୍କା ଦେବାର ପ୍ରତିଶୃତି ଦେଇଛନ୍ତି