ଗୁଜରାଟରୁ ମିଳିଲା ବାସୁକୀ ନାଗର ଜୀବାଶ୍ମ
ଗୁଜରାଟର କଚ୍ଛରୁ ଆଜି ଯାଏ ସବୁଠୁ ଲମ୍ୱା ନାଗ ସାପର ଅବଶେଷ ମିଳିଛି । ଏହି ନାଗ ଟି-ରେକ୍ସରୁ ମଧ୍ୟ ଲମ୍ୱା ଥିଲା । ଏହି ନାଗର ପ୍ରଜାତିର ନାଁ ବାସୁକୀ ଇଣ୍ଡିକସ । ଭାରତୀୟ ପୁରାଣରେ ସମୁଦ୍ର ମନ୍ଥନରେ ବାସୁକୀ ନାଗ କଥା ଉଲ୍ଲେଖ ରହିଛି । ଆଇଆଇଟି ରୁରକୀର ବୈଜ୍ଞାନିକମାନେ ୨୦୦୫ରେ ଏହାର ସନ୍ଧାନ କରିଥିଲେ। ପ୍ରଥମେ ଏହାକୁ ଏକ ଅତିକାୟ କୁମ୍ଭୀରର ଜୀବାଶ୍ମ ବୋଲି କୁହାଯାଉଥିଲା। କିନ୍ତୁ ଏବେ ଏହା ବିଲୁପ୍ତ ହୋଇଯାଇଥିବା ଏକ ବିଶାଳକାୟ ସାପ ‘ବାସୁକୀ ଇଣ୍ଡିକସ୍’ ବୋଲି ଜଣାପଡିଛି। ଏହାର ଲମ୍ବ ୧୧ ମିଟରୁ ୧୫ ମିଟର (୪୯.୨୨ ଫୁଟ) ମଧ୍ୟରେ ହେବ। ଓଜନ ପ୍ରାୟ ହଜାରେ କେଜି ହୋଇଥିବ ବୋଲି ଆକଳନ କରାଯାଉଛି। ଏହି ଜୀବାଶ୍ମ ପ୍ରାୟ ୪୭ ନିୟୁତ ବର୍ଷ ତଳର।
ଗବେଷକମାନେ ସାପର ୨୭ କୋଷିକାକୁ ଖୋଜି ବାହାର କରିଛନ୍ତି ଏବଂ ଏଥିରୁ କିଛି ବଡ଼ ନାଗ ପରି ଦେଖିଯାଏ ଏବଂ ବିଷାକ୍ତ ନୁହେଁ |ବୈଜ୍ଞାନିକଙ୍କ କହିବା ଅନୁସାରେ ଏହାର ଆକାର କାରଣରୁ, ଏହା ଆନାକୋଣ୍ଡା ପରି ଧିର ସ୍ଥିରେ ଶିକାର କରୁଥିବ । ଅନୁସନ୍ଧାନର ନିଷ୍କର୍ସକୁ ସାଇଣ୍ଟିଫିକ୍ ରିପୋର୍ଟ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ଗବେଷଣାକାରୀ ନୂଆ କରି ଖୋଜାଯାଇଥିବା ଏହି ସାପ ପ୍ରଜାତିର ନାଁ ଭଗବାନ ଶିବଙ୍କ ଗଳାରେ ପୌରାଣିକ ସାପର ନାଁ ଏବଂ ମିଳିଥିବା ଦେଶକୁ ଯୋଡ଼ି ବାସୁକୀ ଇଣ୍ଡିକସ (ବି.ଇଣ୍ଡିକସ) ରଖିଛନ୍ତି ।