ଗୋଟିଏ ଅଟୋରିକ୍ସା ଚାଳକର ବାସ୍ତବିକ ଦାରୁଣ ଦୁଃଖର କଥା

ଗୋଟିଏ ଅଟୋରିକ୍ସା ଚାଳକର ବାସ୍ତବିକ ଦାରୁଣ ଦୁଃଖର କଥା , ନାମ – ପାଣ୍ଡବ ବେହେରା , ବୟସ – ୭୦ , ଠିକଣା – ଗଞ୍ଜାମ ଜିଲ୍ଲା , ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଲାଲସିଂ ପଞ୍ଚାୟତ ଅଧିନ , ଲଣ୍ଡେଇ ସାହି ଅଂଚଳର ରାମକୃଷ୍ଣ ନଗର , ପାଣ୍ଡବ ଭାଇ ତାଙ୍କ ଜୀବନ କାଳରେ ନିଜ ଅଂଚଳ ତଥା ନିକଟସ୍ଥ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରୁ ଅସଂଖ୍ୟ ଅଗଣିତ ଯାତ୍ରୀ ମାନଙ୍କୁ ପରିବହନ ସେବା ଯୋଗାଇବା ସହିତ ଏକାଧିକ ଅନେକାଂଶରେ ଅନେକ ଶବ ମଧ୍ୟ ତାଙ୍କ ଯାତ୍ରୀବାହୀ ଅଟୋ ରିକ୍ସାରେ ପରିବହନ କରି ଆସିଛନ୍ତି ।

ହେଲେ ଆଜି ସେ ଅସହାୟ ସମ୍ପୁର୍ଣ୍ଣ ରୁପେ ଭାଙ୍ଗି ପଡିଛନ୍ତି । କାରଣ ନିଜର ଏକମାତ୍ର ରୋଜଗାରିଆ ପୁଅକୁ ଅବେଳରେ ହରେଇ , ମାନସିକ ସ୍ତରରେ ଦୁର୍ବଳ ହୋଇ ମଧ୍ୟ ନିଜର ଅଟୋ ଚଳାଇ ସ୍ବଳ୍ପ ରୋଜଗାର କରି ପାରୁଥିଲେ । ହେଲେ ସେଇ ଦିନ ଆଉ ନାହିଁ କାରଣ ଶତୃ ସାଧିଛି ପକ୍ଷାଘାତ ( ପାରାଲିସିସ୍ ) ରୋଗ ।ଏହି ରୋଗରେ ପିଡିତ ହୋଇ ଦିର୍ଘଦିନ ହେବ ନିଜ ଘରେ ପଙ୍ଗୁ ହୋଇ ପଡ଼ି ରହିଛନ୍ତି କର୍ମକୁ ଆଦରି , ପରିବାର କହିଲେ କେବଳ ଧର୍ମପତ୍ନୀ ହିଁ ସାହା ଭରଷା , ଝିଅ ବିବାହ କରି ଅନ୍ୟତ୍ର ରହୁଛନ୍ତି ।

ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଅଟୋ ଏସୋସିଏସନ୍ ତରଫରୁ କିଛି ସଦସ୍ୟ ମଧ୍ୟ ତାଙ୍କ ନିକଟକୁ ଯାଇ କିଛି ଆର୍ଥିକ ସହଯୋଗ କରିଛନ୍ତି ବୋଲି ପାଣ୍ଡବ ଭାଇ ସ୍ବୀକାର କରିଛନ୍ତି । ଯଦି ସରକାର ତାଙ୍କୁ କୌଣସି ପ୍ରକାର ସାହାର୍ଯ୍ୟ ପ୍ରଦାନ କରନ୍ତି ତେବେ କିଛି ସମସ୍ୟା ଦୂରେଇ ଯିବ।

Ad 13