ଜୁଲାଇ ମାସର ପ୍ରଥମ ଦିନରେ କମିଲା ଏଲପିଜି ଦର

ଜୁଲାଇ ମାସର ପ୍ରଥମ ଦିନରେ ଏଲ୍‌ପିଜି ସିଲିଣ୍ଡର ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି । ଏହା ଏଲ୍‌ପିଜି ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି । ମଙ୍ଗଳବାର ୧ ଜୁଲାଇ ଠାରୁ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜିଠାରୁ ୧୯ କିଲୋଗ୍ରାମ ବାଣିଜି୍ୟକ ବା କମରସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ ପାଇଛି। ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧ ଜୁଲାଇରୁ ୧୬୬୫ ଟଙ୍କା ହୋଇଛି। ସେହିପରି ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସୂଚନାଯୋଗ୍ୟ, ଜୁନ୍ ୨୦୨୫, ମେ’ ୨୦୨୫, ଏପ୍ରିଲ୍ ୨୦୨୫ ରେ ମଧ୍ୟ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲା । ଜୁନ୍ ମାସରେ ୨୪ ଟଙ୍କା ହ୍ରାସ କରାଯାଇଥିଲା । ମେ’ ମାସରେ ମୂଲ୍ୟ ୧୪.୫୦ ଟଙ୍କା ଏବଂ ଏପ୍ରିଲ୍ ମାସରେ ୪୧ ଟଙ୍କା ହ୍ରାସ କରାଯାଇଥିଲା । ଫେବ୍ରୁଆରିରେ ୭ ଟଙ୍କା ହ୍ରାସ ହୋଇଥିଲା । କିନ୍ତୁ ମାର୍ଚ୍ଚରେ ୬ ଟଙ୍କା ବୃଦ୍ଧି କରାଯାଇଥିଲା । ଏବେ ଜୁଲାଇ ମାସରେ ମଧ୍ୟ ଦର ଚତୁର୍ଥ ଥର ପାଇଁ ହାର ହ୍ରାସ କରାଯାଇଛି ।

Ad 13