ଜେ.ଏମ.ଏଫ.ସି କୋର୍ଟ ଏବଂ ଓକିଲ ସଂଘ ତରଫରୁ ୭୬ତମ ସମ୍ବିଧାନ ଦିବସ ପାଳିତ।
ଥୁଆମୂଳ ରାମପୁର,୨୬/୧୧(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ ଜେ.ଏମ.ଏଫ.ସି କୋର୍ଟ ଓ ବାର ଆସୋସିଆସନ୍ ଥୁଆମୂଳ ରାମପୁର ତରଫରୁ ୭୬ ତମ ସମ୍ବିଧାନ ଦିବସ ବୁଧବାର କୋର୍ଟ ପରିସରରେ ପାଳିତ ହୋଇ ଯାଇଛି l ଏଥିରେ ଥୁଆମୂଳ ରାମପୁର ସରକାରୀ ଡିଗ୍ରୀ କଲେଜ ର ଛାତ୍ର ଛାତ୍ରୀଙ୍କ ସମେତ ଅଧ୍ୟାପକ ସମୂହ ଉପସ୍ଥିତ ରହିଥିବା ବେଳେ ଏହି ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଅବସରରେ କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ କୋର୍ଟ ପରିଦର୍ଶନ ର ବ୍ୟବସ୍ତା କରାଯାଇ ପ୍ରଥମେ ସମ୍ବିଧାନର ମୁଖବନ୍ଧକୁ ପାଠ କରାଯାଇ ସମ୍ବିଧାନ ଉପରେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜେ.ଏମ.ଏଫ. ସି ବିଚାରକ ଡ଼ଃ.ତାରିଣୀ ପ୍ରସାଦ ସାହୁ ଏବଂ ଓକିଲ ସଙ୍ଘ ର ସମ୍ପାଦକ ମନୋରଞ୍ଜନ ନାଏକ, ବରିଷ୍ଠ ଓକିଲ ଦିଲୀପ ନାଏକ, ପ୍ରିୟଙ୍କା ମାଝୀଙ୍କ ସମେତ କଲେଜ ର ଅଧ୍ୟାପକ ବିରଞ୍ଚି ନାଏକ ଓ ବଳଭଦ୍ର ନାଏକ ଓ ଅନାନ୍ୟ ଅଧ୍ୟାପକ, କୋର୍ଟ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।