ଡିଏମଏଫ୍ଟି ଯୋଜନାରେ ମାଇନିଙ୍ଗ ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଂ ଉଦଘାଟିତ : ଉପକୃତ ହେବେ ଖଣି ପ୍ରଭାବିତ ସ୍ଥାନୀୟ ଯୁବକ !

ଥୁଆମୂଳ ରାମପୁର,୦୧/୦୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଠାରେ ଶନିବାର ଏସସିଏମସି ଏବଂ ସ୍କିଲ୍ ଇନ୍ ଓଡ଼ିଶା ପକ୍ଷରୁ ଡିଏମଏଫ୍ଟି ଯୋଜନାରେ ମାଇନିଙ୍ଗ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଥୁଆମୂଳ ରାମପୁର ଠାରେ ଉଦଘାଟିତ ହୋଇ ଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ଡିଏମଏଫ୍ଟି ଟିମ୍ ଲିଡର ପ୍ରଶାନ୍ତ ମିଶ୍ର,ସ୍କିଲ କାଉନସିଲ ମାଇନିଙ୍ଗ ସେଣ୍ଟର୍ ଷ୍ଟେଟ ହେଡ୍ ରାହୁଲ ନାଏକଙ୍କ ସମେତ ଡିଏମଏଫ୍ଟି ର ଇଲେକ୍ଟ୍ରିସିଆନ ଯୋଗଦେଇ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ନିର୍ଦ୍ଦେଶକ ଟିଟନ୍ ସାହୁଙ୍କ ତତ୍ବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସେଣ୍ଟର୍ ରେ ପ୍ରଶିକ୍ଷକ ଭାବରେ ଥାବିର ନାଏକ ନିଯୁକ୍ତି ପାଇଛନ୍ତି l ମାଇନିଙ୍ଗ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଦ୍ଵାରା ବର୍ତ୍ତମାନ ଭବାନୀପାଟଣା ଠାରେ ୬୦ ଜଣ ଯୁବକ ଯୁବତୀ ତାଲିମ ନେଉଥିବା ବେଳେ, ଥୁଆମୂଳ ରାମପୁର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ଖଣି କମ୍ପାନୀ ଦ୍ଵାରା ପ୍ରଭାବିତ ହେଉଥିବା ଅଞ୍ଚଳର ପାଖା ପାଖି ୫୦ ରୁ ୫୫ ଜଣ ଯୁବକ ଯୁବତୀ ବର୍ତ୍ତମାନ୍ ସୁଧା ପଞ୍ଜିକରଣ କରି ତାଲିମ୍ ନେଉଥିବା ସୂଚନା ମିଳିଛି l

ଏଥିରେ ପ୍ରଭାବିତ ଅଞ୍ଚଳ ର ୬୦ ରୁ ଉର୍ଦ୍ଧ ଯୁବକ ଯୁବତୀ ଙ୍କୁ ତାଲିମ ନେବାର ଲକ୍ଷ୍ୟ ରହିଛି। ଏଥିରେ ଯୁବକ ମାନେ ଡମ୍ପର ଚଳେଇବା ଓ ଇଲେକ୍ଟ୍ରିକାଲ କାମ ପାଇଁ ତାଲିମ ଦେବାର ବ୍ୟବସ୍ଥା ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ପାୱାର ସଚିନ୍ ପ୍ରକାଶ ସୂଚନା ଦେଇଥିଲେ। ଏହାଦ୍ଵାରା ବ୍ଲକ୍ ର ତଳଆମ୍ବପଦର, ସିଲେଟ, କେରପାଇ ଭଳି ୨୪ ଗୋଟି ଗ୍ରାମ ପଞ୍ଚାୟତ ର ଯୁବକଙ୍କୁ ତାଲିମ ଦିଆଯିବ ବୋଲି ସୂଚନା ରହିଛି। ତେବେ ହଠାତ୍ ଏଭଳି ତାଲିମ୍ ର ଆବଶ୍ୟକତା କାହିଁକି ପଡିଲା ବୋଲି ଜିଲ୍ଲାପାଳ ଙ୍କୁ ସାମ୍ବାଦିକ ମାନେ ପ୍ରଶ୍ନ ଉଠାଇଥିଲେ , ଯାହାକୁ ଜିଲ୍ଲାପାଳ ହାଲୁକା ଭାବେ ଏଡାଇ ଯାଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଅଞ୍ଚଳବାସୀ ଏହି ଅଞ୍ଚଳରେ କମ୍ପାନୀ ପ୍ରବେଶ କରିବା ଓ ଏହାର ଗତିବିଧି ଉପରେ ଅନେକ ସମୟରେ ଅସନ୍ତୋଷର ବାତାବରଣର ସଂକେତ ଦେଖିବାକୁ ମିଳିଛି । ତେବେ ଦେଖିବାକୁ ବାକି ରହିଲା ଏହି ଟ୍ରେନିଂ ବା ତାଲିମ ପାଇଲା ପରେ ସତରେ କଣ ଖଣି ପ୍ରଭାବିତ ଅଞ୍ଚଳ ର ଯୁବକ ଯୁବତି ନିଯୁକ୍ତି ପାଇବେ ନା ଏମିତି ବେକାରୀ ରହି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ତାହା ସମୟ କହିବ l