ତାଲୁକ ଆଇନ ସେବା କମିଟି ପକ୍ଷରୁ ଯୌନ ଉତ୍ପିଡନ (ପୋସ୍) ଆଇନ୍ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ l

ଥୁଆମୂଳ ରାମପୁର,୩୧/୦୭-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସଦର ସ୍ଥିତ ମାଁ ମାଣିକେଶ୍ଵରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ ତାଲୁକ ଆଇନ ସେବା କମିଟି ଅଧକ୍ଷ ତଥା ଜେ.ଏମ.ଏଫ୍.ସି କୋର୍ଟ ର ବିଚାରକ ଡ଼ଃ ତାରିଣୀ ପ୍ରସାଦ ସାହୁଙ୍କ ତତ୍ବାବଧାନରେ “ଯୌନ ନିର୍ଯାତନା ସୁରକ୍ଷା (POSH) ଆଇନ ଏବଂ ଏହାର ବିଭିନ୍ନ ବ୍ୟବସ୍ଥା ଉପରେ ସଚେତନାକରଣ ଏବଂ S.C. – S.T (ଅତ୍ୟାଚାର ନିବାରଣ) ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ” ଗୁରୁବାର ଅନୁଷ୍ଠିତ ହୋଇଯାଇଛି l

ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନିଜେ ତାଲୁକ ଆଇନ ସେବା କମିଟି ଅଧକ୍ଷ ତଥା ଜେ.ଏମ.ଏଫ୍.ସି କୋର୍ଟ ର ବିଚାରକ ଡ଼ଃ ସାହୁ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଅଧ୍ଯକ୍ଷ ସତ୍ଯନାରାୟ ମୁଣ୍ତଛିନା ଓ ସମ୍ମାନିତ ଅତିଥି ଭାବେ ସରକାରୀ ଓକିଲ ଦେବଦତ୍ତ ଯୋଷୀ,
ଆଇନଜୀବୀ ପ୍ରିୟଙ୍କା ମାଝୀ, କର୍ତ୍ତବ୍ୟ ଅନୁଷ୍ଠାନ ବ୍ଳକ ସଂଯୋଜକ ସୁଦର୍ଶନ ନାଏକ, ଆଇନଜୀବୀ ଦିଲ୍ଲୀପ କୁମାର ନାଏକ, ଥାନା ଏଏସଆଇ ପ୍ରହଲ୍ଲାଦ ପାଣିଗ୍ରାହୀ, ଟିଏଲଏସସି ସଦସ୍ୟ ସରୋଜିନୀ ମାଝୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଆୟୋଜିତ ଉକ୍ତ ସଚେତନ କାର୍ଯ୍ୟକ୍ରମକୁ ସରୋଜ କୁମାର୍ ପଟ୍ଟଯୋଷୀ ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ମୁଣ୍ତଛିନା ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଯୌନ ଉତ୍ପିଡନ (ପୋସ) ଆଇନ ସୁରକ୍ଷା ଏବଂ ଏଟ୍ରୋସିଟି ଆଇନ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରିଥିବା ବେଳେ ପୁଣି ସେ କହିଥିଲେ ଯେ ଏହି ଆଇନ୍ ମାଧ୍ୟମରେ ନାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ଙ୍କ ଦାୟିତ୍ୱ ରହିଛି, ଏହା ଉପରେ ସମସ୍ତେ ହୃଦୟଙ୍ଗମ କରି ନାରୀମାନଙ୍କ ପ୍ରତି ହେଉଥିବା ଅନ୍ଯାନ୍ଯକୁ ବିରୋଧ କରି ସେମାନଙ୍କ ସୁରକ୍ଷା ଦେବା ଦିଗରେ ଅଧିକ ପ୍ରାଧାନ୍ୟ ଦେବା ନିହାତି ଭାବରେ ଆବଶ୍ୟକତା ରହିଛି ଓ ଏ ଦିଗରେ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ଯ ଆବଶ୍ୟକତା ହେବା ଉଚିତ ବୋଲି ପ୍ରକାଶ କରିଥିଲେ। ସେହିଭଳି ମୁଖ୍ୟ ଅତିଥି ଜେଏମଏଫ କୋର୍ଟର ବିଚାର ପତି ତଥା ତାଲୁକା ଆଇନଗତ ସେବା କମିଟି ଅଧ୍ଯକ୍ଷ ଶ୍ରୀ ସାହୁ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅନ୍ଯାନ୍ଯ ମାନଙ୍କୁ ଯୌନ ଉତ୍ପିଡନ (ପୋସ୍) ଆଇନ୍ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରି ଏହା ଉପରେ ହେଉଥିବା ଅନ୍ଯାୟ ବିରୋଧରେ କଡ଼ାକଡ଼ି ଭାବରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇ ପଦକ୍ଷେପ ନିଆଯାଇ ପାରିବା ବୋଲି କହିବା ସହ କୌଣସି କର୍ମ କ୍ଷେତ୍ରରେ କାମ କରୁଥିବା ଅଧିକାରୀ ନାରୀଙ୍କୁ ଅସଦା ଚରଣ କିମ୍ବା ଫେବର୍ ମାଗି ପାରିବେ ନାହିଁ , ଯୋଦିଓ ଏଭଳି ହାରେଶ୍ମେଣ୍ଟ କରନ୍ତି ତେବେ ତା ପାଇଁ ଜେଲ ଅପେକ୍ଷା କରିରହିଛି, ତତ୍ ସହ କୌଣସି ମହିଳା ଫଲ୍ସ ରେ ଅନ୍ୟ ଜଣଙ୍କ ଉପରେ ଅଭିଯୋଗ କରନ୍ତି ତେବେ ସେ ମଧ୍ୟ ନିଜେ ଆଇନ ଅନୁଯାୟୀ ଦଣ୍ଡିତ ହେବାର ବ୍ୟବଧାନ ରହିଛି ଏଣୁ ଛାତ୍ର ଛାତ୍ରୀ ଭୟ ନ କରି ଯାହାବି ତମ ଉପରେ ଅନ୍ୟାୟ ଅତ୍ୟାଚାର ହୁଏ ତେବେ ଆଇନ ଆଶ୍ରୟ ନିଅନ୍ତୁ ବୋଲି ବୁଝାଇ ଥିଲେ l ସେଭଳି ଆଇନଜୀବୀ ଦିଲ୍ଲୀପ କୁମାର ନାଏକ ଏହି ଆଇନ ରେ କିନ୍ନର ମାନଙ୍କୁ ମଧ୍ୟ ସାମିଲ କରିବା ଉଚିତ୍ ତାହାହେଲେ ସେମାନେ ମଧ୍ୟ ଏହି ଆଇନ ର ଲାଭ ଉଠାଇ ପାରିବେ ବୋଲି ମତ ପ୍ରକାଶ କରି ସଚେତନତା ସୃଷ୍ଟି କରିଥିଲେ। ତେବେ କାର୍ଯ୍ୟକ୍ରମକୁ ଜେଏମଏଫ କୋର୍ଟର କାର୍ମଚାରୀ ଓ ସ୍ଥାନୀୟ କଲେଜର କର୍ମଚାରୀ ସହଯୋଗ କରିଥିଲେ।