ଥୁଆମୁଳ ରାମପୁରରେ ବ୍ଳକ ସ୍ତରୀୟ ପରାମର୍ଶ ଶିବିର ୨୦୨୪ – ୨୦୨୫ ଅନୁଷ୍ଠିତ I
ଥୁଆମୂଳ ରାମପୁର,୧୪/୦୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ତି ଜିଲ୍ଲାରେ ସରକାରଙ୍କ ଦ୍ବାରା ଅନୁମୋଦନ କାରୀ ବିଭିନ୍ନ ତାଲିମ ସଂସ୍ଥା ପକ୍ଷରୁ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ ପ୍ରାର୍ଥୀ ପ୍ରାର୍ଥିନୀ ମାନଙ୍କୁ ବିଭିନ୍ନ ସ୍ଥାନରେ ଥିବା ତାଲିମ କେନ୍ଦ୍ର ମାନଙ୍କରେ ତାଲିମ ପ୍ରଦାନ କରି ଆତ୍ମ ନିର୍ଭରଶୀଳ କରି ଗଢି ତୋଳିବାପାଇଁ ପ୍ରୟାସ ଜାରିରଖିଥିବା ବେଳେ କଳାହାଣ୍ତି ଜିଲ୍ଲା କର୍ମ ନିୟୋଜିତ ବିଭାଗ ଆନୁକୂଲ୍ୟରେ ଥୁଆମୁଳ ରାମପୁର ବ୍ଳକ ଠାରେ ଶୁକ୍ରବାର ଏକ ବ୍ଳକ ସ୍ତରୀୟ ପରାମର୍ଶ ଶିବିର ୨୦୨୪ ୨୦୨୫ ଅନୁଷ୍ଠିତ ହୋଇଯାଇଛି।

ଗୋଷ୍ଟୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସୁବୁଲିତ ସାମନ୍ତରାଏ, ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ, ସ୍ଥାନୀୟ ସମିତି ସଭ୍ଯା ପୁଷ୍ପାଞ୍ଜଳି ନାଏକ, ଓଏଲଏମ ବିପିଏମ ସୌମ୍ୟରଞ୍ଜନ ମହାପାତ୍ର, ବିଏଲସି ଦୀପକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ୧୦ ଟି ବିଭିନ୍ନ ତାଲିମ କେନ୍ଦ୍ରର କର୍ମକର୍ତ୍ତା ଯୋଗଦେଇ ୮୦ ଜଣ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ନାମ ପଞ୍ଜିକରଣ କରିଥିବା ଜଣାପଡିଛି। ଶିବିରରେ ସରପଞ୍ଚ, ସମିତି ସଭ୍ଯ ସଭ୍ଯା, ମିଶନ ଶକ୍ତି ସମସ୍ତ ବିଏଲଏଫ ସଭାପତି ସମ୍ପାଦିକ, ମିଶନ ଶକ୍ତି ଜିପିଏଲଏଫ, ଓଏଲଏମ ର ସମସ୍ତ ସଭାପତି, ସମ୍ପାଦିକା, ସମ୍ମନିତ ଶିଶୁ ବିକାଶ ଯୋଜନାର ସମସ୍ତ ମହିଳା ପରିଦର୍ଶିକା, ସମସ୍ତ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ହୋଇଥିଲେ।