ଥୁଆମୂଳ ରାମପୁର ଜେ.ଏମ.ଏଫ୍.ସି କୋର୍ଟ : କାର୍ଯ୍ୟରେ ନୂତନ ମାଜିଷ୍ଟ୍ରେଟଙ୍କ ଯୋଗଦାନ I

ଥୁଆମୂଳ ରାମପୁର, ୨୫/୦୬-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସ୍ଥିତ ଜେ.ଏମ.ଏଫ୍.ସି କୋର୍ଟରେ ନୂତନ ମାଜିଷ୍ଟ୍ରେଟ ଭାବରେ ଡ଼ଃ ତରୁଣ କୁମାର ସାହୁ ବୁଧବାର ନିଜ କାର୍ଯ୍ୟରେ ଯୋଗଦାନ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ତତ୍କାଳୀନ ମାଜିଷ୍ଟ୍ରେଟ ସୋମେଶ ସୋମ୍ୟାଜିତ୍ ପଣ୍ଡାଙ୍କୁ ଭୁବନେଶ୍ୱର ସ୍ଥିତ ଜେ.ଏମ.ଏଫ୍.ସି କୋର୍ଟ କୁ ବଦଳି ହୋଇଯାଇଛି, ତେବେ ତାଙ୍କ ସ୍ଥାନ ପୂରଣ କରିଛନ୍ତି ନୂତନ ମାଜିଷ୍ଟ୍ରେଟ ଡ଼ଃ ତାରିଣୀ କୁମାର ସାହୁ ତାଙ୍କୁ ଦାୟିତ୍ୱ ମଧ୍ୟ ହସ୍ତାନ୍ତର କରାଯାଇଛି l

ସେ ପୂର୍ବରୁ କଟକ ସ୍ଥିତ ଜେ.ଏମ.ଏଫ୍.ସି କୋର୍ଟ ରେ ବିଚାରପତି ଭାବରେ କାର୍ଯ୍ୟ କରୁଥିବା ବେଳେ ବୁଧବାର ଥୁଆମୂଳ ରାମପୁର ଜେ.ଏମ.ଏଫ୍.ସି କୋର୍ଟ ର ଦାୟିତ୍ଵ ଭାର ନେଇଛନ୍ତି l ନୂତନ ମାଜିଷ୍ଟ୍ରେଟ ଡ଼ଃ ସାହୁ କାର୍ଯ୍ୟରେ ଯୋଗଦାନ କରିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବାକି ରହିଥିବା ବିଭିନ୍ନ କେସର ନ୍ୟାୟ ବ୍ୟବସ୍ଥା ଖୁବଶୀଘ୍ର ତ୍ୱରାନ୍ୱିତ କରିବା ସହ ଲୋକଙ୍କୁ ସଠିକ୍ ଭାବରେ ନ୍ୟାୟ ମିଳିପାରିବ ସେ ଦିବଗରେ ଯତ୍ନବାନ ରହିବେ ବୋଲି ସାଧାରଣରେ ଆଶାପୋଷଣ କରିଥିବା ଜଣାପଡ଼ିଛି।