ଥୁଆମୂଳ ରାମପୁର ଠାରେ ୭୬ତମ ବନ ମହୋତ୍ସବ ସପ୍ତାହ ପାଳିତ I

ଥୁଆମୂଳ ରାମପୁର,୦୪/୦୭-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଦକ୍ଷିଣ ବନାଞ୍ଚଳ ସଦର ସ୍ଥିତ ମାଁ ମାଣିକେଶ୍ଵରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ ଶୁକ୍ରବାର ୭୬ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି l ପରିବେଶ ରକ୍ଷା ଜଙ୍ଗଲ ସୁରକ୍ଷା ପାଇଁ ଜନ ଜାଗରଣ ସୃଷ୍ଟି ନିମନ୍ତେ ବନବିଭାଗ ପକ୍ଷରୁ ବନାଞ୍ଚଳର ବିଭିନ୍ନ ସେକ୍ସନ ମାନଙ୍କରେ ଗତ ୧ତାରିଖ ଠାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ କରୁଥିବା ବେଳେ ମାଁ ମାଣିକେଶ୍ଵରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ ରେଞ୍ଜର ତ୍ରିନାଥ ସେଠ୍ ଙ୍କ ନେତୃତ୍ୱରେ ଥୁଆମୂଳ ରାମପୁର ଜେଏମଏଫସି କୋର୍ଟ ତରଫରୁ ମଧ୍ୟ ୭୬ତମ ବନ ମହୋତ୍ସବ ସପ୍ତାହ ବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମକୁ ଜେଏମଏଫସି ମାଜିଷ୍ଟ୍ରେଟ ଡ଼ଃ ତାରେଣି ପ୍ରସାଦ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଯୁବ ଆଇନଜୀବୀ ମନୋରଞ୍ଜନ ନାଏକ, ଏମଏମପିଏସ କଲେଜ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଚ୍ଛିନା, ଫରେଷ୍ଟର ଏକାଦଶୀ ନାଏକ, ଫରେଷ୍ଟର ଅରୁଣ କୁମାର୍ ହରିଚନ୍ଦନଙ୍କ ସମେତ ଦକ୍ଷିଣ ବନ ବିଭାଗ କର୍ମଚାରୀ ଓ କୋର୍ଟ କର୍ତ୍ତୃପକ୍ଷ ଏବଂ କଲେଜର ଛାତ୍ରଛାତ୍ରୀ ସାମିଲ ହୋଇ ଚମ୍ପା, ଆମ୍ବ ଓ କାଜୁ, ପଣସ ଆଦି ବୃକ୍ଷ ରୋପଣ କରାଯାଇଥିବା କାର୍ଯ୍ୟକ୍ରମକୁ ବନ ବିଭାଗ ଅନ୍ୟାନ୍ୟ କର୍ମଚାରୀ ଓ କଲେଜ କତୃପକ୍ଷ ସହଯୋଗ କରିଥିଲେ।

Ad 13