ଥୁଆମୂଳ ରାମପୁର ଦ୍ଵି ମାସିକ ପଞ୍ଚାୟତ ସମିତି ବୈଠକ: ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ନ ବାଣ୍ଟୁଥିବା ପାଇଁ ଗୃହରେ ହୋହାଲ୍ଲା l

ଥୁଆମୂଳ ରାମପୁର,୨୯/୦୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହ ଠାରେ ବୁଧବାର ଦ୍ଵି ମାସିକ ପଞ୍ଚାୟତ ସମିତି ବୈଠକ ଅଧ୍ଯକ୍ଷ ଦୟାନିଧି ମାଝୀ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ, ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ, ଏଇଇ ସାଲକୋ ହେମ୍ମ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅତିରିକ୍ତ ଗ୍ରାମପଞ୍ଚାୟତ ଅଧିକାରୀ ତ୍ରିଲୋଚନ ନାଏକଙ୍କ ଦ୍ବାରା ପରିଚାଳନା ଏହି ବୈଠକରେ ୨୪ ଗୋଟି ଗ୍ରାମ ପଞ୍ଚାୟତ ସମିତି ସଭ୍ଯ/ସଭ୍ଯା, ସରପଞ୍ଚ ଓ ଲାଇନ ଡିପାଟମେଣ୍ଟର କାଁଭାଁ କିଛି ଅଧିକାରୀ ଉପସ୍ଥିତ ରହିଥିଲେ।

ତେବେ ସିନ୍ଧିପଦର ଗ୍ରାମ ପଞ୍ଚାୟତ ସମିତି ସଭ୍ଯା ଦ୍ରୌପଦୀ ମାଝୀଙ୍କୁ ବୈଠକର ଚିଠି ପ୍ରେରଣ କରାଯାଇନଥିବା ଯୋଗୁଁ ଗୃହକୁ ପ୍ରବେଶ କରିବା ପୂର୍ବରୁ କହିଥିଲେ ଯେ ମୋତେ ଏହି ବୈଠକ ପାଇଁ କାହିଁକି ଚିଠି ପ୍ରେରଣ କରାଗଲା ନାହିଁ ତେଣୁ ମୁଁ ବୈଠକ ଗୃହକୁ ପ୍ରବେଶ କରିବା ପାଇଁ ଆପଣ ମାନଙ୍କୁ ଅନୁମତି ନେବାକୁ ପଡିଛି ବୋଲି ପ୍ରକାଶ କରି ବୈଠକ ଗୃହକୁ ପ୍ରବେଶ କରିଥିଲେ। ଏହାଛଡା ବିଭିନ୍ନ ବିଭାଗର କର୍ମଚାରୀ ନିଜନିଜ ଉନ୍ନୟନ କାର୍ଯ୍ଯର ବିବରଣୀ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୈଠକରେ ଉପସ୍ଥାପନା କରିଥିଲେ। ଏହିପରିପ୍ରେଖୀ ରେ ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ ଥୁଆମୁଳ ରାମପୁର ବ୍ଳକର ବିଭିନ୍ନ ବିଭାଗରେ ଖାଲି ପଡିଥିବା କର୍ମଚାରୀ ପଦବୀ ଯଥାଶୀଘ୍ର ପୂରଣ କରାଯାଉ ବୋଲି ଦାବି କରିଥିଲେ। ବିଶେଷ କରି ବ୍ଳକ ଶିକ୍ଷା ବିଭାଗ ଅଧିକାରୀ ଙ୍କୁ ଡୁମେରପଦର ପଞ୍ଚାୟତ ସମିତି ସଭ୍ଯ ରାଏଦାସ ନାଏକ, ମାଳିଗାଁ ପଞ୍ଚାୟତ ସମିତି ସଭ୍ଯ ବଳଦେବ ଗୌଡ, ସିଲେଟ୍ ପଞ୍ଚାୟତ ସମିତି ସଭ୍ୟ ବିପିନ୍ ନାଏକ ଶିକ୍ଷା ବ୍ଯବସ୍ଥା କୁ ନେଇ ଅସନ୍ତୋଷ ପ୍ରକାଶ କରି ଶିକ୍ଷାର ସୁପରିଚାଳନା ଠିକ୍ ଭାବରେ କରାଯିବା ଉପରେ ଅବଗତ କରାଇଥିଲେ। ସେହିପରି ପାଡେପଦର ପଞ୍ଚାୟତ ସରପଞ୍ଚ ସମ୍ବାରୀ ମାଝୀଙ୍କୁ ପାଡେପଦର ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ଯକୁ ଉଚିତ ଭାବରେ କରାଯାଉ ବୋଲି ସ୍ଥାନୀୟ ସମିତି ସଭ୍ଯ ମୋହନ ସାଗର ଯୁକ୍ତି ବଢିବା ସହ କିଛି ମାସ ହେବ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ଆସୁଥିବା ଟଙ୍କା କାହିଁକି ବାଣ୍ଟୁ ନାହାନ୍ତି ବୋଲି ସଭାରେ ହଟ୍ଟଗୋଳ କରିଥିଲେ । ସେହିପରି ବିଭିନ୍ନ ଲାଇନ୍ ବିଭାଗର କର୍ମଚାରୀ ମାନଙ୍କୁ ସମିତି ସଭ୍ଯ/ସଭ୍ଯା ନିଜ ନିଜ ପଞ୍ଚାୟତରେ କରାଯାଉଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି ସେମାନଙ୍କୁ ଠିକ୍ ଭାବରେ ନିଜନିଜ ଦାୟିତ୍ୱ ସୁଚାରୁରୂପେ ସମ୍ପାଦନା କରି ଜନସାଧରଣଙ୍କୁ ଉଚିତ ଭାବରେ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅବଗତ କରାଇଥିଲେ। ବୈଠକରେ ସ୍ଥାନୀୟ ଜନପ୍ରତିନିଧି ମାନେ ପରସ୍ପର ମଧ୍ୟରେ ପାଟିତୁଣ୍ଡ କରିବା ଯୋଗୁଁ କିଛି ମାତ୍ରାରେ ବୈଠକ ଟି ଅସ୍ଥିରତା ସୃଷ୍ଟି ହୋଇଥିବା ବେଳେ ପୁଣି ଶାନ୍ତପଡିଥିଲା, ବିଭିନ୍ନ ପଞ୍ଚାୟତ ମାନଙ୍କରେ କାର୍ଯ୍ୟରତ କିଛି ଜେଇଙ୍କ ସହିତ ମଧ୍ୟ ବୈଠକରେ ନିର୍ମାଣଧିନ କାର୍ଯ୍ଯ ଗୁଡିକର ତଦାରଖ ଉପରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା