ଥୁଆମୂଳ ରାମପୁର ବ୍ଲକ୍ ର ବିଭିନ୍ନ ସ୍ଥାନରେ ୧୫୫ ତମ ଗାନ୍ଧୀ ଜୟନ୍ତୀ ପାଳିତ |

ଥୁଆମୂଳ ରାମପୁର,୨।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ କୁମୁଡା ବାହାଲ ସ୍ଥିତ ଗ୍ରାମ ବିକାଶ ଶିକ୍ଷା ନିକେତନ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୫୫ତମ ଜୟନ୍ତୀ ବୁଧବାର ନିରାଡମ୍ବର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ଗ୍ରାମବାସୀ ଓ ଅବିଭାବକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷ ଅରବିନ୍ଦ ସ୍ଵାଇଁ ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ମହାପୁରୁଷ ଦ୍ବୟଙ୍କ ଜୀବନୀ, ନୀତି ଓ ଆଦର୍ଶ ଦ୍ଵାରା ଅନୁପ୍ରାଣିତ ହୋଇ ଜଣେ ଜଣେ ସୁଦକ୍ଷ ବ୍ୟକ୍ତିତ୍ବର ଅଧିକାରୀ ହେବାପାଇଁ ନିଜ ନିଜ ବକ୍ତବ୍ୟରେ ଶପଥ ନେଲେ । ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସ୍ଵାଇଁ ମହାପୁରୁଷ ଦ୍ବୟଙ୍କ ନୀତି ଓ ଆଦର୍ଶ ଦ୍ଵାରା ଅନୁପ୍ରାଣିତ ହୋଇ ଏକ ସୁସ୍ଥ ଓ ବିକଶିତ ରାଷ୍ଟ୍ର ଗଠନରେ ବ୍ରତୀ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଶିକ୍ଷକ ରାମଚନ୍ଦ୍ର ନାୟକ, ଦାଶରଥି ମାଝି, ଆଶାଲତା ସାମଲ ,ସୁଶ୍ରୀ ପ୍ରଭାତିନୀ ଦାସ, ରଘୁନାଥ ବଳ, ସୁଶୀଲ ବାଗ, ସନ୍ତୋଷ ସ୍ଵାଇଁ, ମମତାମୟୀ ସାହୁ, ତ୍ରିଲୋଚନ ମାଝି, ସୁଶ୍ରୀ ରୁକ୍ମଣୀ ମଣ୍ଡଲ, ଲକ୍ଷ୍ମୀ କାନ୍ତ ଶବର, ରାକେଶ ବାଗ, ସୁଶ୍ରୀ ନିଶି ଛତରିଆ, ମନୋରଞ୍ଜନ ଜେନା , ଦିଲ୍ଲୀପ ପ୍ରଧାନ, ସୁଶ୍ରୀ ମୋନାଲିସା ସ୍ଵାଇଁ, ଗୋପାଳ କୃଷ୍ଣ ବିଷୋୟୀ, ଏଲିଶୟା ମୁଠା ମାଝୀ, ରାଜଲକ୍ଷ୍ମୀ ମହାପାତ୍ର, ରଞ୍ଜନ ମାଝି, ବୈଦେହି ମାଝି , ଚନ୍ଦ୍ରକାନ୍ତି ଦାସ, ବନିତା ନାଏକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । ଶିକ୍ଷକ ନୀଳମାଧବ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ସେପରି ଥୁଆମୂଳ ରାମପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ମଧ୍ୟ ବିଦ୍ୟାଳୟ ଅଧକ୍ଷ ସୀତାକାନ୍ତ ରଣାଙ୍କ ଅଧ୍ୟକ୍ଷତାରେ ବେଶ୍ ଧୁମ୍ ଧାମରେ ଗାନ୍ଧୀ ଜୟନ୍ତୀ ପାଳିତ ହେବା ସଙ୍ଗେ ବ୍ଲକ୍ କଂଗ୍ରେସ କମିଟି ଥୁଆମୂଳ ରାମପୁର ଠାରେ ମଧ୍ୟ ସଭାପତି ଜଳନ୍ଧର ନାଏକ ଙ୍କ ଅଧ୍ୟକ୍ଷତାରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା |

ଏଥିରେ ବ୍ଲକ ଯୁବ କଂଗ୍ରେସ୍ ସଭାପତି ଜଗାକାଳିଆ ନାଏକ, RGPRS ସଭାପତି ପରମେଶ୍ବର ନାୟକ, କୃଷି ସେଲ୍ ସଭାପତି ଗୁଞ୍ଜେନ୍ ମାଝୀ, ହେମନ୍ତ ନାୟକ, ମହେଶ୍ବର ନାୟକ, ଅଜିତ୍ ନାୟକ, ସୁବାସ ନାୟକ ପ୍ରମୁଖ ଉପସ୍ଥିତ ରହି ମାଁ ମାଣିକେଶ୍ବରୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ରେ ବାହାରି ବାବା ଖଣ୍ଡୁଆଲା ଖେଳ ପଡିଆ ପର୍ଯ୍ୟନ୍ତ ଯାଇଥିଲେ ଏବଂ ସେଠାରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଗାନ୍ଧୀ ଜୟନ୍ତୀ ପାଳନ କରିଥିଲେ l