ଥୁଆମୂଳ ରାମପୁର ବ୍ଲକ୍ ସ୍ତରୀୟ ସୁଭଦ୍ରା ଯୋଜନାର ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ l
ଥୁଆମୂଳ ରାମପୁର,୧୭/୦୯-(ଦୁର୍ଗା କୀର୍ତ୍ତି):- ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପାଇବା ପାଇଁ ସେପ୍ଟେମ୍ବର ୧୭କୁ ସାରା ଓଡ଼ିଶାର
ମହିଳା ମାନେ ଅପେକ୍ଷା କରି ରହିଥିବା ବେଳେ ଭୁବନେଶ୍ୱର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଜନତା ମଇଦାନ ଠାରୁ ଆଭାସୀ ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ଟଙ୍କା ପ୍ରଦାନର ଶୁଭାରମ୍ଭ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ସ୍ଥିତ ବାବା ଖଣ୍ଡୁଆଳ ମିନିଷ୍ଟାଡିୟ ଠାରେ ମଧ୍ୟ ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମ ରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ଟଙ୍କା ପ୍ରଦାନ ସମାରୋହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କ ଅଧ୍ଯକ୍ଷତାରେ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ ମହାସମାରୋହରେ ସୁଭଦ୍ରା ଯୋଜନା ଟଙ୍କା ପ୍ରଦାନ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବ୍ଳକ ଉପାଧ୍ୟକ୍ଷ ପବିତ୍ର ନାଏକ, ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ସମ୍ପାଦକ ତଥା କଳାହାଣ୍ଡି ଟେଲିକମ୍ ସଦସ୍ୟ ବିଷ୍ଣୁ ନାଏକ, ବରିଷ୍ଠ ବିଜେପି ନେତା ବିପିନ ବିହାରୀ ନାଏକ, ବିଜେପି ବରିଷ୍ଠ କର୍ମୀ ଶତୃଘନ ଗହୀର, ପୂର୍ବତନ ବ୍ଳକ ଅଧ୍ଯକ୍ଷା କିଆମଣୀ ନାଏକ, ବିଜେପି କର୍ମୀ ଶ୍ରୀ ଡମ୍ବରୁ ଧର ମହାରଣା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ପ୍ରବେଶ ଓ ସ୍ବଛ ଭାରତ ଅଭିଯାନ ଉପରେ ଏକ ସାଂସ୍କୃତିକ କାର୍ଯ୍ଯକ୍ରମରେ ଘୁମୁରା ଓ କୁମୁଡା ବାହାଲ ଗ୍ରାମବିକାଶ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି କଲେଜ ଥୁଆମୁଳ ରାମପୁର ଅଧ୍ଯକ୍ଷ ସତ୍ଯନାରାୟଣ ମୁଣ୍ତଛିନା ଓ ରାଜେନ୍ଦ୍ର ନାରାୟଣ ଦେବ ମଞ୍ଚ ପରିଚାଳନା କରିଥିଲେ।

ଏଇଇ ଦିଲ୍ଲୀପ ପଟେଲ, ଆର୍ ଦବ୍ଲୁ ଏସ୍ ଏସ ଏଇଇ ମନ୍ମଥ ମୁର୍ମୁ, ଜେଇ ଦେବେନ୍ଦ୍ର କୁମାର ମହାନନ୍ଦ, ଜେଇ ସତ୍ଯ ନାରାୟଣ ବେହେରା, ଜେଇ ମଳୟ ଶତପଥୀ, ପ୍ରତାପ କୁମାର ସାହୁ, ଓଏଲଏମ ବିପିଏମ ସୌମ୍ଯରଞ୍ଜନ ମହାପାତ୍ର, ପିଇଓ ଯୋଗାଣ ସହାୟକ ସମେତ୍ ବ୍ଳକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ବ୍ଳକ ସମ୍ମନିତ ଶିଶୁ ବିକାଶ କର୍ମଚାରୀ ଅଙ୍ଗନବାଡି କର୍ମୀ,ପ୍ରାଣୀ ମିତ୍ର, ବ୍ଯାଙ୍କ ମିତ୍ର, କୃଷି ମିତ୍ର ଛଡା ଶତାଧିକ ପୁରୁଷ ଓ ମହିଳା ଯୋଗଦାନ କରିଥିଲେ। ପ୍ରକାଶ ଥାଉ କି ବର୍ତ୍ତମାନ୍ ସୁଦ୍ଧା ବ୍ଲକ୍ ରେ ପାଖା ପାଖି ୧୪ ହଜାର ରୁ ଉର୍ଦ୍ଧ ହିତାଧିକାରୀ ଅନଲାଇନ ମାଧ୍ୟମରେ ଆବେଦନ କରିଥିବା ବେଳେ କିଛି ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ୍ ଖଟକୁ ସୁଭଦ୍ରା ତାଙ୍କ ଦାଇଥିବ ସୂଚନା ଦେଇଛନ୍ତି ବିଡ଼ିଓ ଧ୍ରୁବ ଚରଣ ମୁଦୁଲି l