ଦୁର୍ନୀତିରେ ଉବୁଡୁବୁ ବିରିକୋଟ ପଞ୍ଚାୟତ
ଦୁର୍ନୀତି କରି ଯନ୍ତ୍ରୀ ଠିକାଦାର ମାଲାମାଲ, ସାଧାରଣ ଲୋକେ ବେହାଲ
ଲୋକେ ଚାଲିବା ପୂର୍ବରୁ ଧୋଇଗଲା ୧୦ ଲକ୍ଷ ଟଙ୍କାର ପୋଲ l
ଥୁଆମୂଳ ରାମପୁର,୨୮/୦୭-(ଦୁର୍ଗା କୀର୍ତ୍ତି):- ସରକାର ଦୁର୍ଗମ ରେ ବସବାସ କରୁଥିବା ଅଧିବାସୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ତାହା ଅତି କମ ଦିନ ମଧ୍ୟରେ ନଷ୍ଟ ହୋଇଯାଉଛି । ଟଙ୍କା ଆସୁଛି ,କାମ ବି ହେଉଛି ସତ, ହେଲେ ବିଭାଗୀୟ ଅଧିକାରୀଙ୍କ ଠିକାଦାର ପ୍ରୀତି ଯୋଗୁଁ ଦୁର୍ବଳିଆ କାମ ଯୋଗୁଁ ତାହା କମ ଦିନ ମଧ୍ୟରେ ନଷ୍ଟ ହୋଇ ଯାଉଛି । ଏମିତି ଏକ ଘଟଣା ଘଟିଛି ଥୁଆମୂଳ ରାମପୁର ବ୍ଲକରେ । ୧୦ ଲକ୍ଷ ଟଙ୍କାର ପୋଲ ନିମ୍ନ ମାନର କାମ ଯୋଗୁଁ ନିର୍ମାଣର ୧୫ ଦିନ ମଧ୍ୟରେ କିଭଳି ଭାଙ୍ଗି ଯାଇଛି ଓ ପାଦ ମାଡିବା ପୂର୍ବରୁ କିଭଳି ଭାଙ୍ଗି ଯାଇଛି ଏହି ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତର ବଳଙ୍ଗି ଓ ତେନ୍ତୁଳି ପଦର ଗାଁ ମଝିରେ ଏକ ନାଳା ଅଛି ।

ଏହି ନାଳା ଯୋଗୁଁ ଦୁଇଟି ଗାଁ ବିଚ୍ଛିନ୍ନ ହେଉଥିଲା । ଲୋକ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲା । ତେଣୁ ଏଠାରେ ଏକ ପୋଲ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୋଲ ନିର୍ମାଣ କରାଗଲା । ହେଲେ ଲୋକେ ପୋଲ ଉପରେ ଚାଲିବା ପୂର୍ବରୁ ପୋଲ ସବୁ ଧୋଇହୋଇଗଲା । ନିମ୍ନ ମାନର କାମ ଯୋଗୁଁ ତାହା ଭାଙ୍ଗ ଗଲାଣି । ଏନେଇ ଥୁଆମୂଳ ରାମପୁର ବିଡିଓ ଧୃବ ଚରଣ ମୁଦୁଲିଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଯଦି ଏମିତି ହୋଇଛି ତାହେଲେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଦୁର୍ଗମ ଅଞ୍ଚଳ ବୋଲି ସରଳ ଅଧିବାସୀ ମାନଙ୍କୁ ଭକୁଆ ବନାଇ ଅଧିକାରୀ ଓ କର୍ମଚାରୀ ମାନେ ଦୁର୍ନୀତି କରୁଥିବା ନେଇ ଏହାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।