ଧବଳେଶ୍ଵର ପୀଠ ର କିଛି ମାହାତ୍ମ୍ୟ କଥା ଯାହା କେବେ ପୁର୍ବରୁ ଶୁଣିନଥିବେ ।

ଧବଳେଶ୍ଵର ପୀଠ ଟି ଟାଙ୍ଗୀ ଚୌଦ୍ବାର ବ୍ଲକର ଧବଳେଶ୍ଵର ଗ୍ରାମ ନିକଟସ୍ଥ ମହାନଦୀ କୂଳରେ ଅବସ୍ଥିତ ଥିଲା ।କିମଦନ୍ତୀ ଅନୁସାରେ ଏକଦା ଏକ ଚୋର ଗୋଟିଏ କାଳୀ ଗାଈକୁ ଚୋରି କରି ନେଇଯାଉଥିବା ବେଳେ ତା ପଛରେ ଲୋକ ଗୋଡେଇବାରୁ ସେ ଅନ୍ୟ ଉପାୟ ନପାଇ ଏହି ସ୍ଥାନରେ ଥିବା ଶିବଲିଙ୍ଗ ଠାରେ ଶରଣ ପଶି ତାଙ୍କୁ ଏହି କଳା ଗାଈକୁ ଧଳା ରଙ୍ଗ କରିଦେବାକୁ ମିନତି କଲା ।।ଶିବ ତା କଥା ଶୁଣିଲେ ।

ଲୋକମାନେ ପହଞ୍ଚି ଦେଖିଲେ ଯେ ଇଏ କଳା ଗାଈ ନୁହେଁ ।ଚୋର ଟି ରକ୍ଷା ପାଇଗଲା ।କଲା ଗାଈ କୁ ଧଳା କରିଥିବାରୁ ତାଙ୍କ ନାମ ଶିଖରରେ ଥିବା ଗୋଟିଏ ଖୋଲରୁ ପାଣି ଧବଳେଶ୍ଵର ହେଲା ।ଏହି ଶିବ ଲିଙ୍ଗ ତି କିଛି କଳା ଓ କିଛି ଧଳା ଅଟେ ।ଏଣୁ କେହି କେହି ଏହାଙ୍କୁ ହରିହର ପୀଠ ବୋଲି କହିଥାନ୍ତି ।ଏହି ମନ୍ଦିରର ବିଶେଷତ୍ଵ ହେଲା ଯେ ,ସମଗ୍ର ଭାରତ ବର୍ଷରେ ଶିବଲିଙ୍ଗ ପୂର୍ବାଭିମୁଖୀ ହୋଇଥିବା ବେଳେ ଏହାଙ୍କ ଲିଙ୍ଗ ପଶ୍ଚିମାଭିମୁଖୀ ଅଟେ ।ପୂର୍ବେ ଏହା ବହୁ ସାଧକଙ୍କ ସାଧନା ପୀଠ ଥିଲା ।

ଏହାର ଚାରିପାଖରେ ମହାନଦୀର ଜଳଧାରା ପ୍ରବାହିତ।ଏଠାରେ ବଡ଼ ଓଷା ଓ ପଣ୍ଡୁ ଓଷା ପାଳିତ ହୋଇଥାଏ ।ଠାକୁର ବଡ଼ ପ୍ରତେକ୍ଷ ଦେବତା ଅଟନ୍ତି ।।ଏଠାରେ ଥିବା ଝୁଲା ପୋଲ ଗୋଟେ ସୁନ୍ଦର ଏବଂ ମନୋରମ ପ୍ରାକୃତିକମୟ ପରିବେଶ ସୃଷ୍ଟି କରିଥାଏ ।

Ad 13