ନିଖୋଜ ନାବାଳକ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର I

ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ I

ଥୁଆମୂଳ ରାମପୁର,୨୬/୦୭-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଦୁଃଖଦ, ଚାଂଚଲ୍ୟକର ଖବର ସାମ୍ନାକୁ ଆସିଛି l ମିଳିଥିବା ସୂଚନା ଅନୁସାରେ ବୁଧବାର ସନ୍ଧ୍ୟା ସମୟରେ ବିରିକୋଟ ଗ୍ରାମର ଜୈନିକ ନାବାଳିକା ଝିଅ ଓ ନାବାଳିକା ପୁଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କିତ କଥାବାର୍ତ୍ତା ହେଉଥିବା ଦେଖି ଝିଅର ମାଁ ଆଉ ସହ୍ୟ କରିନପାରି ପୁଅକୁ ମାରପିଟ୍ କରି ନିଜ ଝିଅକୁ ଘରକୁ ନେଇଯାଇଥିଲେ। ହେଲେ ଅନ୍ଯ ଜଣଙ୍କର ପୁଅ ଆଉ ଘରକୁ ଫେରିନଥିବା ଦେଖି ପରିବାର ଲୋକେ ପାଖଆଖ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଶେଷରେ ନିରାଶ ହୋଇ ଗୁରୁବାର ଥୁଆମୂଳ ରାମପୁର ଥାନାରେ ପୁଅର ମା ସୁନି ସାହୁ ନିଖୋଜ ଥିବା ଘଟଣା ଉପରେ ଲିଖିତ ଅଭିଯୋଗ କରିଥିଲେ। ଏହିଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନରେ ଥିବା ବିରିକୋଟ ଗ୍ରାମରେ। ଅଭିଯୋଗ କ୍ରମେ ଯାହା ଜଣାପଡିଛି ଯେ, ବିରିକୋଟ ଗ୍ରାମର ଜନୈକ ପୁରୀ ସାହୁଙ୍କ ପୁଅ ନରେଶ ସାହୁ (୧୫) ପାଖ ଗାଁର ତେନ୍ତୁଳି ପଡା ଗ୍ରାମର ଗୋଲା ଗଉଡର ଝିଅ ରେବତୀ ଗଉଡଙ୍କ ସହିତ ପ୍ରେମ ସମ୍ପର୍କିତ କଥାବାର୍ତ୍ତା ହେଉଥିବା ସମୟରେ ରେବତୀ ଗଉଡଙ୍କ ମାଁ ତାଙ୍କ ପାଖକୁ ଯାଇ ନରେଶ ସାହୁଙ୍କୁ ଅନେକ ଗାଳିଗୁଲଜ କରି ମାରପିଟ୍ ମଧ୍ୟ କରିଥିଲେ। ଏହି ସମୟରେ ରେବତୀ ଗଉଡ ଭୟରେ ଦୌଡି ପଳାଇ ଅନ୍ଯ ଏକ ଯୁବକ ନରେଶ ସାହୁଙ୍କ ସାଙ୍ଗ ଯୁଗେଶ୍ବର ସାହୁର ଫୋନରୁ କଲ କରି ନରେଶ ସାହୁ ଘରକୁ ଫେରିଲେ କି ନାହିଁ ବୋଲି ବାରମ୍ବାର ପଚାରିଲି ବୁଝୁଥିଲେ। ହେଲେ ଘର ଲୋକ ମଧ୍ୟ ନରେଶ ସାହୁଙ୍କ ଫୋନ କରିଥିଲେ ହେଲେ ଫୋନ ଆଉ ଲାଗୁନଥିଲା। ଅପରପକ୍ଷରେ ନରେଶ ସାହୁ ନିଜ ଘରକୁ ଫେରିନଥିବା ଯୋଗୁଁ ରେବତୀ ଗଉଡ ଙ୍କୁ ପଚାରିବାରୁ ସେ ଯାହା ଘଟଣା ଘଟିଥିଲା ସେ ସବୁ ବିଷୟରେ କହିଥିଲେ, କିନ୍ତୁ ନରେଶ କେଉଁ ଆଡେ ଗଲା ତାହା ଜାଣିନଥିବା କହିବାରୁ ପୁଅର ମାଁ ଏବଂ ବାପା ପୁରୀ ସାହୁ ଥୁଆମୂଳ ରାମପୁର ପୋଲିସରେ ଗତ ବୁଧବାର ଦିନ ରେବତୀ ଗଉଡଙ୍କ ପରିବାରରଙ୍କୁ ଦାୟୀ କରି ତାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହାକୁ ଭିର୍ତ୍ତି କରି ଏକ ନିଖୋଜ ମାମଲା କେସ ନମ୍ବର ୯୮/୨୫ ରେ ରୁଜୁ କରି ପୋଲିସ ପକ୍ଷରୁ ସନ୍ଧାନ ଜାରି ରହିଥିଲା। ତେବେ ନିଖୋଜ ଥିବା ନାଁବାଳକ ବିରିକୋଟ – ବଲଙ୍ଗି ମଝି ରାସ୍ତା ନିକଟରେ ଥିବା ଜୁଆଡ ଖୋଲା ନାମକ ପାହାଡରେ ଥିବା ଏକ ବାହାଡା ଗଛରେ ନିଜେ ପିନ୍ଧିଥିବା ଏକ ଧଳା ସାର୍ଟ ରେ ଝୁଲନ୍ତା ଅବସ୍ଥାରେ ଥିବା ଶବକୁ ଶନିବାର ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇବାରୁ ପରିବାର ଲୋକେ ଥୁଆମୂଳ ରାମପୁର ଥାନାକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ଏସଆଇ ରଶ୍ମିରଞ୍ଜନ ବାଗ ଏବଂ ଏଏସଆଇ ପ୍ରହଲ୍ଲାଦ ପାଣିଗ୍ରାହୀ ଓ ପୋଲିସ କର୍ମଚାରୀଙ୍କ ସମେତ ମାଜିଷ୍ଟେଟ୍ ସନାତନ ମହାରଣା ଘଟଣା ସ୍ଥାଳରେ ପହଞ୍ଚିଥିବା ଜଣାପଡିଛି। ହେଲେ ସଂନ୍ଧ୍ୟା ଆଗତ ଯୋଗୁଁ ଏବଂ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସଠିକ୍ ଭାବରେ ତଦନ୍ତ ସହ ସନ୍ଧନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍ ଆସି ଶବ ଉଦ୍ଧାର କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବୀ କରିଥିବା ଯୋଗୁଁ ଆଉ ସବ ଉଦ୍ଧାର କାର୍ଯ୍ଯ ହୋଇପାରି ନ ଥିବା ଯାହା ପୋଲିସ ପକ୍ଷରୁ ସୂଚନା ମିଳିଛି l