ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ମଇଦାନରେ ପହଞ୍ଚିଲେ ନବୀନ

ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ମଇଦାନରେ ପହଞ୍ଚିଲେ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତିି ନବୀନ । କୋମନାରେ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତିି ନବୀନ ।ସେଠାରେ ୧୨.୩୦ ପର୍ଯ୍ୟନ୍ତ ସାଧାରଣ ଉଦବୋଧନ ଦେବା ପରେ ଭୁବନେଶ୍ୱର ଫେରି ଆସିବେ । ଗତ ୨୪ ବର୍ଷ ସରକାରରେ ଥିବାବେଳେ ବହୁ ଉପନିର୍ବାଚନରେ ବାଜିମାତ୍ କରିଛି ଦଳ। ହେଲେ ଏଥର ସରକାରରେ ନଥାଇ ବିଜେଡି ଉପନିର୍ବାଚନ ଲଢ଼ୁଛି। ପ୍ରାୟ ୧୭ ମାସ ହେଲା ରାଜ୍ୟରେ କ୍ଷମତାଚ୍ୟୁତ ହୋଇଥିବା ବିଜେଡି ପାଇଁ ନୂଆପଡ଼ା ଉପନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ ହୋଇଛି।