ନୂତନ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା l
ଥୁଆମୂଳ ରାମପୁର, ୧୨/୦୨-(ଦୁର୍ଗା କୀର୍ତ୍ତି): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତି ଭାବରେ ଭକ୍ତ ଚରଣ ଦାସ ମନୋନୀତ ହୋଇଥିବାବେଳେ ଏହି ଖବର ଜଣାପଡ଼ିବା ପରେ ଥୁଆମୂଳ ରାମପୁର ବ୍ଲକ୍ କଂଗ୍ରେସ ପ୍ରେମୀ ତଥା ଭକ୍ତ ଚରଣ ଦାସ ପ୍ରେମୀଙ୍କ ମନରେ ଏକପ୍ରକାର ଖୁସିର ଲହରୀ ଖେଳିଯାଇଛି l ଏହି ଅବସରରେ ରାଜୀବ ଗାନ୍ଧୀ ପଞ୍ଚାୟତ ରଜ ସଂଗଠନ ସଦସ୍ୟ, ବ୍ଲକ୍ କଂଗ୍ରେସ ଏସସୀ ସେଲ ସଂଗଠନ ସଦସ୍ୟ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ବ୍ଲକ୍ କଂଗ୍ରେସ ଆଦିବାସୀ ସେଲ ଆଦି ସଦସ୍ୟ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେଇଥବାରୁ କଳାହାଣ୍ଡି ଜିଲ୍ଲା ର ବରପୁତ୍ର ପୂର୍ବତନ ମନ୍ତ୍ରୀ ପ୍ରିୟ ନେତା ଭକ୍ତ ଚରଣ ଦାସ ଓଡ଼ିଶାର ମୁଖୁଆ ହେଇଥିବାରୁ ଥୁଆମୁଲ ରାମପୁର କଂଗ୍ରେସ କର୍ମୀ ବହୁତ୍ ଉତ୍ସାହିତ ଆମ ଟାଣୁଆ ନେତାଙ୍କୁ ଓଡ଼ିଶାର ମୁଖ୍ୟ କରିଥିବାରୁ ଏଆଇସିସି ସଭାପତି ମାଳିକା ଅର୍ଜୁନ ଖଡଗେ, ନେତା ରାହୁଲ ଗାନ୍ଧୀ, ସାନିଆ ଗାନ୍ଧୀ ଶ୍ରୀ ବେନୁଗୋପାଲ ଏବଂ ଜାତୀୟ ସ୍ତରୀୟ ନେତୃମଣ୍ଡଳୀଙ୍କୁ ଧନ୍ୟବାଦ୍ ଜଣାଇବା ସହ ଆନ୍ତର୍ଜାତୀୟ ସ୍ତରୀୟ ଲଢୁଆ ନେତା ଶ୍ରୀ ଦାସଙ୍କୁ ଅଭିନନ୍ଦନ ଏବଂ ଶୁଭେଛା ଜଣାଉଛୁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ l
ବୁଧବାର ସନ୍ଧ୍ୟାରେ ଶ୍ରୀ ଦାସଙ୍କ ଦୀର୍ଘାୟୁ କାମନା ସହ ତାଙ୍କ ନୂତନ କର୍ମ କ୍ଷେତ୍ରରେ ମନୋନୀତ ହୋଇଥିବାରୁ ପ୍ରଥମେ କଳାହାଣ୍ଡି ର ଇଷ୍ଟଦେବୀ ମାଁ ମାଣିକେଶ୍ବରୀ ମନ୍ଦିର ଠାରେ ତାଙ୍କ ନାମରେ ପୂଜାର୍ଚ୍ଚନା ପୂର୍ବକ ବାବା ଖଣ୍ଡୁଆଲ୍ ଖେଳ ପଡିଆ ଠାରେ ତାଙ୍କ ସମର୍ଥକମାନେ ବାଣ ଫୁଟାଇ ଓ ମିଠା ବାଣ୍ଟିବା ସହ ଖୁସି ମନେଇ ଗଣମାଧ୍ୟମ ଆଗରେ ଅଭିନନ୍ଦନ ଜଣାଇଥିଲେ । ଏଥିରେ ପରମେଶ୍ବର ନାଏକ, ଅଜିତ୍ କୁମାର ନାଏକ, ହେମନ୍ତ ନାଏକ, ଗୁଞ୍ଜେନ୍ ମାଝୀ, କ୍ରିଷ୍ଣା ମାଝୀ, ସନାତନ ମାଝୀ, ବଳଭଦ୍ର ନାଏକ, ମଧୁସୂଦନ ନାଏକ, ଘାସି ମାଝୀ, ତ୍ରିନାଥ ନାଏକ, ଜିତେନ୍ଦ୍ର ବାଗ, ସତ୍ୟ ନାଏକ, ବାବୁଲି ନାଏକ ପ୍ରମୁଖ ସାମିଲ ଥିଲେ |