ପବିତ୍ର ମହାସପ୍ତମୀ ପୂଜା ଅବସରରେ : ଜୁନାଗଡ଼ ବିଧାୟକ ତଥା ପୂର୍ବତନ ଶକ୍ତି ମନ୍ତ୍ରୀଙ୍କ ଥୁଆମୂଳ ରାମପୁର ବ୍ଲକ୍ ଗସ୍ତ I

ମାଁ ଙ୍କ ପାଖରେ ପୂଜାର୍ଚ୍ଚନା ପରେ ବ୍ଲକ୍ ର ଅନେକ ବିକାଶ ମୂଳକ କାର୍ଯ୍ୟର ତଦାରଖ କଲେ ବିଧାୟକ I

ଥୁଆମୂଳ ରାମପୁର,୩୦/୦୯-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ର ପବିତ୍ର ଦଶହରା ର ସପ୍ତମୀ ତିଥିରେ କଳାହାଣ୍ଡି ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀ ଙ୍କ ତନ୍ତ୍ରମନ୍ତ୍ର ବହୁ ପୂରାତନ ମୂଳପୀଠ ମାଁ ମାଣିକେଶ୍ବରୀଙ୍କ ମନ୍ଦିର ସୋମବାର ଜୁନାଗଡ଼ ବିଧାୟକ ତଥା ପୂର୍ବତନ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ତାଙ୍କ ଧର୍ମ ପତ୍ନୀ ଦର୍ଶନ କରିବାକୁ ଯାଇ ମାଁଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହିତ ମାଁଙ୍କ ଗୁଣଗାନ କରି କଳାହାଣ୍ଡି ଜିଲ୍ଲାର ଉନ୍ନତି ପାଇଁ ଆହୁରି ଆଗକୁ ଅଧିକ ଚେଷ୍ଟା କରାଯିବ ବୋଲି ଉପସ୍ଥିତ ପୂଜା କମିଟି ଏବଂ ଅଞ୍ଚଳ ବାସୀ, ପୂଜକଙ୍କ ସହ ଆଲୋଚନା କରିବା ସହ ମାଁଙ୍କ ଦଶହରା ପର୍ବ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ପରେ ପରେ ବ୍ଲକ୍ ର ଗୋପୀନାଥପୁର ଗ୍ରାମ ପଞ୍ଚାୟତ ପରିଦର୍ଶନରେ ଯାଇ ସେଠାରେ ନିର୍ମିତ ହେଉଥିବା କେନ୍ଦୁଗୁଡ଼ା ଇନ୍ଦ୍ରାବତୀ ନଦୀ ଘାଟରେ ନିର୍ମାଣ ଧିନ ସେତୁ ବୁଲି ଦେଖିଥିଲେ ଏବଂ ସେ ଅଞ୍ଚଳର ଜନସାଧାରଣଙ୍କ ସହିତ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରି ପଚାରି ବୁଝି ଆଗାମୀ ଦିନରେ କେଉଁଭଳି ଭାବରେ ତାହାର ସମାଧାନ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ।

ସୂଚନା ଯୋଗ୍ୟ ଯେ ଦୀର୍ଘ ୫ ବର୍ଷ ରୁ ଉର୍ଦ୍ଧ ସମୟ ପୂର୍ବରୁ ଯେଉଁ ବିଜେଡି ସରକାରଙ୍କ ଶାସନ ସମୟରେ ଉକ୍ତ ଅଞ୍ଚଳର ଲୋକଙ୍କ ଦାବୀ ଅନୁଯାୟୀ ଗମନା ଗମନ ର ସୁବ୍ଯବସ୍ଥା କରିବା ପାଇଁ ଇନ୍ଦ୍ରାବତୀ ନଦୀ କେନ୍ଦୁଗୁଡ଼ା ଘାଟ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣଧିନ ସେତୁର କାମ ଆଗକୁ କାହିଁକି ବଢ଼ି ପାରୁନାହିଁ, ମୁଁ ବିଧାନ ସଭାରେ ନିଶ୍ଚିତ ଏକଥା ଉପସ୍ଥାପନ କରିବି ବୋଲି ପ୍ରକାଶ କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଏହି ପୋଲ ନିର୍ମାଣ ଶିଘ୍ର ତ୍ବରାନ୍ବିତ କରି ଆଗକୁ କାର୍ଯ୍ଯଟି ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେବୀ ବୋଲି ଗଣମାଧ୍ୟମ ଆଗରେ କହିଥିଲେ l ଏବଂ ଥୁଆମୂଳ ରାମପୁର ଅଞ୍ଚଳ ବାସୀଙ୍କ ପାଇଁ ମୁଁ ସବୁ ବେଳେ ସବୁ ସମୟରେ ଅଛି ଯେତେ ବେଳେ ମଧ୍ୟ ଯାହା ସମସ୍ୟା ରହିଛି ତା ଉପରେ ପଦକ୍ଷେପ ନେବା ସହ ମାଁ ମାଣିକେଶ୍ବରୀ ମନ୍ଦିରର ଉନ୍ନତି କରଣ ଆଗାମୀ ଦିନରେ କେମିତି ଆହୁରି ଆଗକୁ ବଢ଼ିବାରେ ସହାୟକ ହୋଇପାରିବ ସେ ନେଇ ମଧ୍ୟ ମୁଁ ଚେଷ୍ଟା କରିବି ବୋଲି କହିଥିଲେ l ପରେ ପରେ ପୁନର୍ବାର ମାଁ ମାଣିକେଶ୍ବରୀ ଙ୍କ ମନ୍ଦିର ଆସି ମାଁଙ୍କ ଅର୍ଣ୍ଣ ଭୋଗ ସେବନ କରି ଯାଇଥିଲେ l ଏହି ପରିଦର୍ଶନ ସମୟରେ ତାଙ୍କ ଧର୍ମପତ୍ନୀ ଏବଂ ଯୁବ ସାମ୍ବାଦିକ ଦୁର୍ଗା କୀର୍ତ୍ତି ଉପସ୍ଥିତ ଥିଲେ।