ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ଉଭୟଙ୍କ ବିବାହ ରିସେପ୍ସନ୍ ଅନୁଷ୍ଠିତ ହେବ ।

ରବିବାର ରାଜସ୍ଥାନର ଉଦୟପୁରରେ ଉଭୟଙ୍କ ବିବାହ ହୋଇଛି। ପ୍ରଶଂସକମାନେ ପରିଣୀତିଙ୍କୁ କନ୍ୟା ଏବଂ ରାଘବଙ୍କୁ ବର ବେଶରେ ଦେଖିବାକୁ ବହୁ ଦିନରୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ଉଭୟଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ନବ ବିବାହିତ ଦମ୍ପତି ଦୁଇଟି ସ୍ଥାନରେ ରିସେପ୍ସନ୍ କରିବେ। ରିସେପ୍ସନ୍ ପରେ ପରୀ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମିଶନ୍ ରାନିଗଞ୍ଜ’ର ପ୍ରମୋସନ ଆରମ୍ଭ କରିପାରିବେ ।ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ରାଜସ୍ଥାନର ଉଦୟପୁରରେ ସାତ ଫେରା ନେଇଥିଲେ।

ଯେଉଁଥିରେ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ। ତାଙ୍କ ବିବାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ମଧ୍ୟ ଯୋଗ ଦେଇଥିଲେ। ଏହା ବ୍ୟତୀତ ହରଭଜନ ସିଂ ତାଙ୍କ ପତ୍ନୀ ଗୀତା ବସ୍ରା ଏବଂ ପିଲାମାନଙ୍କ ସହ ନଜର ଆସିଥିଲେ। ଏମାନଙ୍କ ବ୍ୟତୀତ ସାନିଆ ମିର୍ଜା ଏବଂ ମନୀଷ ମଲହୋତ୍ରାଙ୍କ ସମେତ ଅନେକ ସେଲିବ୍ରେଟ୍ ମଧ୍ୟ ଅତିଥି ଭାବରେ ଯୋଗ ସାମିଲ ଥିଲେ।ବିବାହ ପରେ ପରିଣୀତି ଦିଲ୍ଲୀର ଶାଶୁ ଘରେ ପହଞ୍ଚିଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି।