ପୁଣି ଦନଦ ଦୁଃଖ : ସ୍ବାମୀଙ୍କ ମୃତ ଶରୀର ନିଜ ଭିଟାମାଟିକୁ ଆଣିବା ପାଇଁ ସ୍ତ୍ରୀ ର ଆକୁଳ ନିବେଦନ।
ଥୁଆମୁଳ ରାମପୁର,୨୮/୦୯-(ଦୁର୍ଗା କୀର୍ତ୍ତି):-ନିଜ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ଯକୁ ଦାଦନ ଶ୍ରମିକ ଭାବର ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଥିବାରୁ ସ୍ବାମୀ ଙ୍କ ଶବକୁ ନିଜ ଭିଟାମାଟି କୁ ଫେରାଇ ଆଣି ଅନ୍ତିମ ସବସତ୍କର କରିବା ପାଇଁ ପୋଲିସ ପାଖରେ ମୃତ ବ୍ଯକ୍ତଙ୍କ ସ୍ତ୍ରୀ ଆକୁଳ ନିବେଦନ କରିଥିବା ଜଣାପଡିଛି। ସୂଚନା ରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ପାଡେପଦର ପଞ୍ଚାୟତ ସ୍ଥିତ ମୁଣ୍ତିଘାଟି ଗ୍ରାମର ସୁକଳଦେଇ ମାଝୀ (୩୯)ଙ୍କ ସ୍ବାମୀ ମନ ମାଝୀ (୪୧) ଗରିବ ଅସହାୟ ହେତୁ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ଗତ ମାସେ ତଳେ ବାହାର ରାଜ୍ଯ ତାମିଲନାଡୁ ସ୍ଥିତ କଇମ୍ବତୁର ଜିଲ୍ଲାର ସେଟି ପାଲିଆମ ଥାନା ନିକଟବର୍ତ୍ତି ଅଞ୍ଚଳରେ କୁଲିମଜୁରୀ କରୁଥିଲେ।

କୌଣସି କାରଣ ବଶତଃ ପଲାଚି ଠାରୁ ଉତ୍କଳ ମଣ୍ତପ ବସ ରେ ଯାତ୍ରା କରୁଥିବା ସମୟରେ ମିଲଗେଟ୍ ପାଖରେ ବସ ରୁ ଖସିପଡ଼ି ଦୁର୍ଘଟଣା ଘଟି ସେ ଶନିବାର ସକାଳେ ପ୍ରାୟ ୮ ଘଣ୍ଟା ସମୟରେ ମୃତ୍ଯୁବରଣ କରିଥିବା ଖବର ରହିଅଛି। କିନ୍ତୁ ଆମ୍ଭେ ବିଶେଷ ସୂତ୍ରରୁ ଖବର ପାଇଛୁ ଯେ ଗତ ଶୁକ୍ରବାର ଦିନ ସୁକଳଦେଇଙ୍କ ସ୍ବାମୀ ମୃତ୍ୟୁବରଣ କରିଛନ୍ତି ବୋଲି ଜାଣିବାକୁ ପାଇଲୁ । ଆମ୍ଭେ ଗରିବ ପରିବାରର ହେତୁ ଏତେ ଦୂରୁ ସ୍ବାମୀଙ୍କ ମରଶରୀରକୁ ନିଜ ଗାଁକୁ ଫେରେଇ ଆଣିବା ପାଇଁ ସକ୍ଷମ ନୁହେଁ ବୋଲି ଥୁଆମୁଳ ରାମପୁର ଥାନାକୁ ଏବଂ ଜିଲ୍ଲା ପ୍ରଶାସନକୁ ଶବ ଫେରେଇ ଆଣିବାରେ ସହାୟତା ଯୋଗାଇ ଦେବା ଆଶାରେ ମୃତ ସ୍ବାମୀଙ୍କ ସ୍ତ୍ରୀ ଆକୁଳ ନିବେଦନ ସହ ଥାନାରେ ଲିଖିତ ଜଣାଇଥିବା ଜଣାପଡିଛି l

ଏଣୁ ଜିଲ୍ଲା ପ୍ରଶାସନ, ବ୍ଲକ୍ ପ୍ରଶାସନ ତଥା ସ୍ଥାନୀୟ ଜନପ୍ରତିନିଧି, କଳାହାଣ୍ଡି ସାଂସଦ, ଲାଞ୍ଜିଗଡ଼ ବିଧାୟକଙ୍କୁ ଆରୁରୋଧ କରାଯାଇଛି କି ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଗରିବ ଅସହାୟ ପରିବାର କୁ ସାହାଯ୍ୟର ହାତ ବଢାନ୍ତି କାହିଁକି ନା ତାଙ୍କ ଘରେ ଆଉ ରୋଜକରି ଯୁବକ କେହି ନାହିଁ ସେ ଜଣେ ମାତ୍ର ତାଙ୍କ ଘର ଚଲୁଥିଲେ, ବର୍ତ୍ତମାନ୍ ତାଙ୍କର ଦୁଇଜଣ ଛୋଟ ଝିଅ ଓ ପୁଅ ଅଛନ୍ତି l ଏବ ସେ ପରିବାର ଚଳିବେ କେମିତି
, ସେଥିପାଇଁ ସାହାଯ୍ୟ ର ହାତ ବଢେଇବାକୁ ସାଧାରଣରେ ଦାବି ହେଉଛି l