ପୁଣି ବିଗିଡ଼ିଲା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା।
ଗତ ୨୭ ଦିନ ଧରି ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିଲା। କିନ୍ତୁ ଏବେ ପୁଣିଥରେ ତାଙ୍କ ଦେହ ଖରାପ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଣୁ ଏବେ ତାଙ୍କୁ ପୁଣି ଭେଣ୍ଟିଲେଟରକୁ ସିଫ୍ଟ କରାଯାଇଛି। ଡାକ୍ତର ପ୍ରତୀତ ସମଦାନୀଙ୍କ ମୁତାବକ ଏବେ ସେ ଆଇସିୟୁରେ ଅଛନ୍ତି ଓ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି।
ଇତି ମଧ୍ୟରେ ରାଜ ଠାକ୍ରେ ଲତା ମଙ୍ଗେସକରଙ୍କ ହାଲ ଚାଲ ବୁଝିବାକୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ପହଞ୍ଚିଛନ୍ତି। ହସ୍ପିଟାଲ ବାହାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।ଡାକ୍ତର ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ପୁଣିଥରେ ଭେଣ୍ଟି ଲେଟରକୁ ସିଫ୍ଟ କରିଛନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ ମାନେ ପୁଣିଥରେ ଚିନ୍ତିତ ହୋଇଯାଇଛନ୍ତି। ସେମାନେ ଲଗାତାର ତାଙ୍କ ସୁସ୍ଥତା କାମନା କରି ପ୍ରାର୍ଥନା କରୁଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୨୭ ଦିନ ହେଲାଣି ଲତା ମଙ୍ଗେସକର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଇତି ମଧ୍ୟରେ ଅନେକ ଥର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। କିନ୍ତୁ ଆଜି ସେ ଆଉ ଥରେ ଅସୁସ୍ଥ ହୋଇ ଯାଇଛନ୍ତି।