ପୁଣି ସମସ୍ତ ରେକର୍ଡ ଭାଙ୍ଗି ୧ ଲକ୍ଷ ଟଙ୍କା ଟପିଲା ସୁନା ଦର ।
ଆଜି ପୁଣି ବଢ଼ିଲା ସୁନା ଦର । ଆନ୍ତର୍ଜାତୀୟ ସ୍ତରରେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଅନୁଭୂତ ହେଉଛି ।୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୧,୪୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୯୯,୨୮୦ ଟଙ୍କା ଥିଲା । ଏଥିରେ ୨,୧୨୦ ଟଙ୍କା ବୃଦ୍ଧି ହୋଇଛି ।୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୨,୯୫୦ ଟଙ୍କା ହୋଇଛି । ଗତକାଲି ୯୧,୦୦୦ ଟଙ୍କା ଥିଲା । ଏଥିରେ ୧,୯୫୦ ଟଙ୍କା ବୃଦ୍ଧି ହୋଇଛି ।୧୮ କ୍ୟାରେଟ୍ ସୁନା ଦାମ୍ ୭୬,୦୫୦ ଟଙ୍କା ରହିଛି । ଗତକାଲି ୭୪,୪୬୦ ଟଙ୍କା ଥିଲା । ଏଥିରେ ୧,୫୯୦ ଟଙ୍କା ବୃଦ୍ଧି ହୋଇଛି ।