ପୁରୀ ଶ୍ରୀମନ୍ଦିର ଅବଢାର ମାନ ଯାଞ୍ଚ ହେବ।

ପୁରୀ ଶ୍ରୀମନ୍ଦିର ଅବଢାର ମାନ ଯାଞ୍ଚ ହେବ। ଶୁକ୍ରବାର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢାର ମାନ ଯାଞ୍ଚ ହେବ।ତେବେ କେବଳ ଅବଢ଼ା ନୁହେଁ, ଘିଅର ମଧ୍ୟ ମାନ ଯାଞ୍ଚ ମଧ୍ୟ କରାଯିବ। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଥିବା ମନ୍ତ୍ରୀ କହିଛନ୍ତି।ଅନ୍ୟପକ୍ଷେ, ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ ଯେଭଳି ମହାପ୍ରସାଦମାନ ନେଇ ଅଭିଯୋଗ ନ ଆସେ ସେ ନେଇ ମାନ ପରୀକ୍ଷଣ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି।ଶ୍ରୀମନ୍ଦିରରେ ଫୁଡ୍‌ ଅଫିସର୍‌ ନିଯୁକ୍ତି ହେବେ । ଅଫିସର୍‌ମାନେ ମହାପ୍ରସାଦ, ଶୁଖିଲା ଭୋଗର ମାନ ଯାଞ୍ଚ କରିବେ । ଏହାସହ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ମଧ୍ୟ ଯାଞ୍ଚ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବ୍‌ ଶୀଘ୍ର ମାର୍ଗଦର୍ଶିକା ଜାରି ହେବ।ଶ୍ରୀମନ୍ଦିର ଭିତରକୁ ଯେପରି ଅଶୁଦ୍ଧ ସାମଗ୍ରୀ ନ ଯିବ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଉଥିବା ମନ୍ତ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ତିରୁପତି ମନ୍ଦିରରେ ହୋଇଥିବା କେଳେଙ୍କାରୀ ପରେ ପ୍ରଶାସନ ତତ୍ପର ହୋଇପଡିଛି।