ବର୍ଷାରେ ଭିଜିବ ରଥଯାତ୍ରା, ୨ ୮ଯାଏଁ ପ୍ରବଳ କାଛିବ
ଆସନ୍ତା ୭ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବିଜୁଳି ଓ ଘଡ଼ଘଡ଼ି ବି ହେବ । ସପ୍ତାହେ ଯାଏ ଲଗାଣ ବର୍ଷା ସ୍ଥିତି ରହିବ । ଆଜି ରାୟଗଡ଼ା କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଖୋର୍ଦ୍ଧା , ପୁରୀ, ଜଗତସିଂହପୁର , ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ନାୟଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୫ ତାରିଖରୁ ବର୍ଷାର ପରିମାଣ ସାମାନ୍ୟ ବଢ଼ିପାରେ । କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କିଛି କିଛି ସ୍ଥାନରେ ୨୫ ତାରିଖ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଅବଶିଷ୍ଟ ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୬ ତାରିଖ ଦିନ ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହିଭଳି ଭାବେ ରାଜ୍ୟରେ ୨୮ ତାରିଖ ଯାଏ ବର୍ଷା ଜାରି ରହିବ । ତେଣୁ ଚଳିତ ବର୍ଷ ରଥ ଯାତ୍ରା ବର୍ଷାରେ ଭିଜିବା ସମ୍ଭାବନା ଅଛି |