ବାବା ଖଣ୍ଡୁଆଲ ନକ ଆଉଟ ସାର୍କିଲ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ତାଳବନ୍ଧ ପଡ଼ା ଲୟନ୍ କିଙ୍ଗ ଚମ୍ପିୟାନ I

ଥୁଆମୂଳ ରାମପୁର,୨୮/୦୬-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଭାଟିପଡ଼ା (ସମାଗୁଡ଼ା) ଠାରେ ବାବା ଖଣ୍ଡୁଆଲ ନକ ଆଉଟ ସାର୍କିଲ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭାଟିପଡ଼ା (ସମାଗୁଡ଼ା) ଯୁବଗୋଷ୍ଠୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ୭ ଦିନ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି l ଏଥିରେ ସର୍ବମୋଟ ୨୨ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚରେ ତାଲବନ୍ଧ ପଡ଼ା ଲାୟନ୍ କିଙ୍ଗ ଦଳ ପହଞ୍ଚି କାଠକୁରା ଦକ ସହ ଖେଳିବା ପାଇଁ ଖେଳ ପଡ଼ିଆରେ ପହଞ୍ଚି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ l ନିର୍ଦ୍ଧାରିତ ୬ ଓଭର ବିଶିଷ୍ଟ ଇନିଂସର୍ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଧାରିତ ଓଭାର ରେ ୩୯ ରନ୍ ସଂଗ୍ରହ କରିଥିଲା। ବିପକ୍ଷ ଦଳ କାଠକୁରା ଅଷ୍ଟ ଖେଳାଳି ୬ ଓଭର ରେ ୩୮ ରନ୍ ସଂଗ୍ରହ କରି ଅପରଜୟ ହୋଇଥିବା ବେଳେ ତାଲବନ୍ଧ ପଡ଼ା ଲାୟନ୍ କିଙ୍ଗ ଦଳ ବିଜୟ ଲାଭ କରିଥିଲା। ଏହି ଦଳର ଖେଳାଳି ଆଲୋକ କୁମାର ଧଙ୍ଗଡା ମାଝୀ ନିଜେ ବିଜେତା ୫୪ ରନ ସଂଗ୍ରହ କରି ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ମହେଶ ଧଙ୍ଗଡା ମାଝୀ ମ୍ୟାନ ଅଫ୍ ଦି ସିରିଜ ପାଇଥିଲେ ।

ଏହି ଖେଲାଳରେ ଅମ୍ପାୟାର ଭାବେ ଟୁନା ପରିଛା ଓ ହିତେଶ କୁମାର୍ ନାଏକ ଖେଳ ପରିଚାଳନା କରିଥିବା ବେଳେ ଲାଲକୃଷ୍ଣ ଧଙ୍ଗଡା ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ଉଦଯାପନୀ ସନ୍ଧ୍ୟାର ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ମାଣିକ୍ୟ ଚନ୍ଦ୍ର ନାଏକ, ପରମେଶ୍ବର ନାଏକ, କୈଳାଶ ଚନ୍ଦ୍ର ପରିଛା, ଗଣେଶ୍ୱର ନାଏକ, ଦେବୀ ଚରଣ ଭାଟି, କୃଷ୍ଣ ଚନ୍ଦ୍ର ନାଏକ, ପ୍ରଦୀପ କୁମାର ନାଏକ, ନିତ୍ୟାନନ୍ଦ ପରିଛା କକୁନ୍ଦ ଧଙ୍ଗଡା ମାଝୀ ପ୍ରମୁଖ ଯୋଗଦେଇ ବିଜେତା ଦଳ ଓ ଉପ ବିଜେତା ଦଳକୁ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ କୁ ରାମ ଚନ୍ଦ୍ର ମାଝୀ, ଅନୀ ପୁଝାରୀ, ବିଜୟ ମାଝୀ, ଗଗନ ମାଝୀ, ସେଖ ଏୟଜା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।