ବିବାହର ୧୨ ବର୍ଷ ପରେ ସ୍ତ୍ରୀଙ୍କ ଠାରୁ ଅଲଗା ହେଲେ ହନି ସିଂହ

ରାପର ସିଙ୍ଗର ହନିସିଂହ ଓ ତାଙ୍କ ପତ୍ନୀ ଶାଲିନୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ସୂଚନା ଅନୁସାରେ ଫ୍ୟାମିଲି କୋର୍ଟରେ ବିଚାରପତି ପରାମଜୀତ ସିଂହ ଅଢେଇ ବର୍ଷ ଧରି ଚାଲୁଥିବା ମାମଲାରେ ହନି ସିଂହ ଏବଂ ତାଙ୍କର ସ୍ତ୍ରୀଙ୍କୁ ଛାଡପତ୍ର ଡିଗ୍ରୀ ଦେଇଛନ୍ତି। ହନୀଙ୍କ ଉପରେ ଶାଲିନୀ ଘରୋଇ ହିଂସା ଅଭିଯୋଗ କରିଥିଲେ।

ଶାଲିନୀ ଅଭିଯୋଗ କରିଥିଲେ କି ହନୀ ଏବଂ ତାଙ୍କର ପରିବାର ତାଙ୍କୁ ମାନସିକ ଏବଂ ଶାରୀରିକ ଅତ୍ୟାଚାର କରିଥିଲେ।ଦିଲ୍ଲୀ ଫ୍ୟାମିଲି କୋର୍ଟ ଦମ୍ପତ୍ତିଙ୍କୁ ପୃଥକ ହେବାକୁ ଅନୁମତି ଦେଇଛନ୍ତି। ଦୀର୍ଘ ଅଢେଇ ବର୍ଷରୁ ଅଧିକ କାଳ ହେଲା ଚାଲିଥିବା ଏହି ବିବାହ ବିଚ୍ଛେଦ ମାମଲାରେ କୋର୍ଟ ମଙ୍ଗଳବାର ସମାପ୍ତ କରି ଉଭୟ ପକ୍ଷଙ୍କୁ ବିବାହ ବିଚ୍ଛେଦ ନିମନ୍ତେ ଅନୁମତି ଦେଇଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ହନି ସିଂହ ଶାଲିନୀଙ୍କୁ ୧ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦେଇଥିଲେ।