ବିବାହ ବନ୍ଧନରେ ନାଗିନ୍ ଧାରାବାହିକ ର ନାୟିକା
ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ ତଥା ବାନ୍ଧି ରଖୁଥିବା ମୌନୀ ରଏ ଏବେ ସୁରଜ ନାମ୍ବିଆରଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଉଭୟ ମାଲାୟାଲୀ ଓ ବଙ୍ଗାଳୀଙ୍କ ରୀତିନୀତିରେ ଗୋଆରେ ବିବାହ କରିଛନ୍ତି। ମୌନୀ ଓ ସୁରଜଙ୍କ ବିବାହରେ ପରିବାରଲୋକେ ଓ କିଛି ବିଶେଷ ବନ୍ଧୁ ସାମିଲ ଥିଲେ। ନବବଧୂ ବେଶରେ ମୌନୀ ପାରମ୍ପରିକ ଶାଢୀରେ ଖୁବ ଭଲ ଦେଖାଯାଉଛନ୍ତି।
ପ୍ରଶଂସକ ମୌନୀ-ସୁରଜଙ୍କ ବିବାହର ଫଟୋ ଦେଖି ଶୁଭକାମନା ଜଣାଇଛନ୍ତି। ସୁରଜ ଦକ୍ଷିଣ ଭାରତୀୟ ଓ ମୌନୀ ବଙ୍ଗାଳୀ ହୋଇଥିବାରୁ ଉଭୟ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି।ବିବାହର ଲୁକ୍ ରେ ଖୁବ ସୁନ୍ଦର ଦେଖାଯାଉଛନ୍ତି ଅଭିନେତ୍ରୀ ମୌନୀ। ସୁନ୍ଦର ଶାଢୀ ସହ ସୁନାର ଅଳଙ୍କାର ପିନ୍ଧିଛନ୍ତି ମୌନୀ। ସେହିପରି ସୁରଜ ସୁନେଲି ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି।କିଛିଦିନ ପୂର୍ବରୁ ମୌନୀଙ୍କର ହଳଦୀ ଓ ମେହେନ୍ଦୀ ରୀତି ସମ୍ପନ୍ନ ହୋଇଥିଲା। ପ୍ରତ୍ୟେକ ଫଟୋରେ ଉଭୟ ଖୁବ ଖୁସି ଥିବା ଦେଖାଯାଉଛି।
ମୌନୀ ଅଭିନୟ ଜଗତର ଜଣେ ଜଣାଶୁଣା ଚେହେରା ହୋଇଥିବା ବେଳେ ସୁରଜ ଅଭିନୟ ଜଗତରୁ ଭିନ୍ନ ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର। କୋଭିଡ କାରଣରୁ ଉଭୟଙ୍କ ବିବାହରେ ୧୦୦ ଜଣ ସାମିଲ ଥିଲେ।