ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ୨୦୨୫ ଅନୁଷ୍ଠିତ l
ଥୁଆମୂଳ ରାମପୁର, ୨୬/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ ଗ୍ରାମ ବିକାଶ ଶିକ୍ଷାନିକେତନ କୁମୁଡାବାହାଲ ଠାରେ ମଙ୍ଗଳବାର ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ୩୦ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୪୮ଟି ବିଭିନ୍ନ ପ୍ରକାର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ l

ବି.ଇ.ଓ ତପିମଣି ଯାନୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବି.ଡି.ଓ ଧୃବଚରଣ ମୁଦୁଳି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏ.ବି.ଇ.ଓ ହେମନ୍ତ ପଣ୍ଡା, ଗ୍ରାମ ବିକାଶ ଶିକ୍ଷାନିକେତନ ଅଧ୍ୟକ୍ଷ ଅରବିନ୍ଦ ସ୍ଵାଇଁ, ଶିରିମସ୍କା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବୈରାଗୀ ଚରଣ ନାଏକ, ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ କୃତିବାସ ନାଏକ, ପ୍ରଧାନ ଶିକ୍ଷକ ଗ୍ରାମବିକାଶ ଶିକ୍ଷା ନିକେତେନ ରାମଚନ୍ଦ୍ର ନାୟକ, ନୋଡାଲ ସି.ଆର.ସି. ସି. ସୁନାଧର ମାଝୀ, କାଣିଗୁମା ସି.ଆର.ସି.ସି ହେମନ୍ତ ଲୁହାର, ଶିରିମସ୍କା ସି.ଆର.ସି.ସି ମୁକୁନ୍ଦ ବାଗ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ନିଗୂଢ ତତ୍ତ୍ଵ ଉପସ୍ଥାପନ କରି ବୈଜ୍ଞାନିକ ମନୋଭାବରେ ରୁଚି ରଖିବାପାଇଁ ଉତ୍ସାହିତ କରିଥିଲେ ।ପ୍ରକଳ୍ପ ଗୁଡିକ ମଧ୍ୟରୁ ଗ୍ରାମବିକାଶ ଶିକ୍ଷାନିକେତନ ଅଷ୍ଟମ ଶ୍ରେଣୀର ଛାତ୍ର ଟି.ମଜେଶ ରଞ୍ଜନ ନାଏକ ଓ ରାହୁଳ ନାଏକଙ୍କ ଶକ୍ତି ସଂରକ୍ଷଣ ପ୍ରକଳ୍ପ ପ୍ରଥମ, ଓଫଗ୍ରେଡ ହାଇସ୍କୁଲ ବଡଛତରଙ୍ଗ ଜିନୁ ନାଏକ ଓ ଆକାଶ ନାଏକଙ୍କର ବିଷାକ୍ତ କାର୍ବନ ମୁକ୍ତ ବାୟୁ ପ୍ରକଳ୍ପ ଦ୍ଵିତୀୟ ଏବଂ ଗ୍ରାମବିକାଶ ଶିକ୍ଷାନିକେତନ ଛାତ୍ର ଗୋବର୍ଦ୍ଧନ ସୁନା ଓ ଦିନେଶ ନାଏକଙ୍କର ଶକ୍ତି ପ୍ରକଳ୍ପ ସଂରକ୍ଷଣ କରନ୍ତୁ ତୃତୀୟ ସ୍ଥାନ ଅଳଙ୍କୃତ କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ମଞ୍ଚାସୀନ ଅତିଥିଗଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଅଡ୍ରି ହାଇସ୍କୁଲ ପ୍ରଧାନ ଶିକ୍ଷକ ରଶ୍ମୀ ରଞ୍ଜନ ପଟ୍ଟନାୟକ ଏବଂ ସିନ୍ଧିପଦର ୟୁ.ପି.ସ୍କୁଲ ଶିକ୍ଷକ ସୁକାନ୍ତ ଗୌଡ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହାୟତା କରିଥିଲେ। ପରିଶେଷରେ ଥୁଆମୂଳ ରାମପୁର ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ କୃତିବାସ ନାଏକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ୨୦୨୫ କୁ ସମାପ୍ତ କରିଥିଲେ l