ଭଉଣୀଙ୍କ ବିବାହରେ ସାମିଲ ହେବେନି ପ୍ରିୟଙ୍କା
ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କର ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉଭୟ ପରିବାର ଉଦୟପୁର ପହଞ୍ଚିଛନ୍ତି। ଆସନ୍ତାକାଲି ସାତ ଫେରା ନେବେ। ଏହି ବିବାହରେ ରାଜନୀତି ଏବଂ ବଲିଉଡର ଅନେକ ତାରକା ଯୋଗଦେବେ ।ବିବାହରେ ଯୋଗଦେବା ପାଇଁ ପ୍ରିୟଙ୍କା ଏ ପର୍ଯ୍ୟନ୍ତ ଭାରତ ଆସିନାହାଁନ୍ତି। ପ୍ରିୟଙ୍କା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ତାଙ୍କ ସାନ ଭଉଣୀକୁ ଅଭିନନ୍ଦନ ଜଣାଇଛନ୍ତି। ଯାହା ପରେ କୁହାଯାଉଛି ଯେ ପ୍ରିୟଙ୍କା ବିବାହ ଉତ୍ସବରେ ଯୋଗଦେବାକୁ ଯାଉନାହାଁନ୍ତି ଏବଂ ସେ ବର୍ତ୍ତମାନ ଆମେରିକାରେ ଅଛନ୍ତି।
ସେପ୍ଟେମ୍ବର ୨୪ରେ ପରିଣୀତି ଏବଂ ରାଘବ ସାତ ଜନ୍ମର ସାଥି ହେବେ। ଅତିଥିମାନେ ସେମାନଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ସେଠାରେ ଧିରେ ଧିରେ ପହଞ୍ଚିଛନ୍ତି। ମୁମ୍ବାଇ ବିମାନବନ୍ଦରରୁ ଚଢା ଏବଂ ଚୋପ୍ରା ପରିବାରର କିଛି ଭିଡିଓ ସାମ୍ନାକୁ ଆସିଛି। ବିବାହ ସମ୍ବନ୍ଧରେ ସମସ୍ତଙ୍କ ମୁହଁରେ ଏକ ଭିନ୍ନ ପ୍ରକାରର ଖୁସି ଦେଖିବାକୁ ମିଳିଥିଲା । ସମଗ୍ର ପରିବାର ଏକାଠି ଦେଖାଯାଇଥିବାବେଳେ ପ୍ରିୟଙ୍କାଙ୍କ ଅନୁପସ୍ଥିତି ତାଙ୍କ ବିବାହ ଉତ୍ସବରେ ଯୋଗ ନଦେବା ନେଇ ଚର୍ଚ୍ଚାର କାରଣ ପାଲଟିଛି।