ଭୋକ ଉପାସରେ ଘରକୁ ଫେରିଲେ ଅତିଥି:ଅବ୍ୟବସ୍ଥାରେ ଲୋକାର୍ପଣ ହେଲା ଥୁଆମୂଳ ରାମପୁର ବ୍ଲକ୍ ର ଏକଲବ୍ଯ ଆଦର୍ଶ ବିଦ୍ୟାଳୟ l

ଥୁଆମୂଳ ରାମପୁର,୦୩/୧୦-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଅଧିନସ୍ଥ ଗୁଣୁପୁର ପଞ୍ଚାୟତ ସ୍ଥିତ ସାଇସୁରୁଣୀ ଗ୍ରାମରେ ହୋଇଥିବା ନୂତନ ଏକଲବ୍ଯ ଆଦର୍ଶ ଆବାସିକ ବିଦ୍ୟାଳୟ ବୁଧବାର ମାନ୍ଯବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଆଭାସୀ ମାଧ୍ୟମରେ ଲୋକାର୍ପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ଯକ୍ଷ ସତ୍ଯ ପ୍ରକାଶ ସତ୍ଯାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ସିଂ ଦେଓ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପାଳ ପାଓ୍ବାର ସଚିନ୍ ପ୍ରକାଶ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ସାଂସଦ ଅର୍କକେଶୋରି ଦେଓ, ଜିଲ୍ଲା ପରିଷଦ ସଭ୍ଯା ଟୁନି ଖୋସ୍ଳା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, ବ୍ଲକ୍ ଅଧକ୍ଷ ଦୟାନିଧି ମାଝୀ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଲୋକାର୍ପଣ ଉତ୍ସବ ମଞ୍ଚକୁ ଶିକ୍ଷକ ଅଜିତ କୁମାର ନାୟକ ପରିଚାଳନା କରିଥିଲେ ଏବଂ ଅନ୍ଯାନ୍ଯ ଅତିଥି ମାନଙ୍କ ମଧ୍ୟରେ ତହସିଲଦାର ନିରୋଜ କୁମାର ଭତ୍ରା, କଲମପୁର ଓ ଥୁଆମୁଳ ରାମପୁର ଦାୟତ୍ବରେ ଥିବା ବିଡିଓ ବିଜୟ ମହଙ୍ଗୀ, ଏଇ ଦିଲ୍ଲୀପ କୁମାର ପଟେଲ, ଏଇଇ ସାଲୁକ୍ ହେମ୍ବ୍ରମ, ବ୍ଲକ୍ ମଙ୍ଗଳା ଅଧିକାରୀ ସୁଭଜିତ୍ ସ୍ୱାଇଁ ସମେତ୍ ବିଜେପି ଜିଲ୍ଲା ବରିଷ୍ଠ କର୍ମକର୍ତ୍ତା, ବିଜେପି ବ୍ଲକ୍ କର୍ମକର୍ତ୍ତା ସହିତ ଜିଲ୍ଲା ପ୍ରଶାସ ଅଧିକାରୀ, ବ୍ଳକ ପ୍ରଶାସନ ଅଧିକାରୀ ସମସ୍ତ ପ୍ରଧାନ ଶିକ୍ଷକ ଉପସ୍ଥିତ ରହିଥିଲେ। ଏହି ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ଯକ୍ରମ ମଧ୍ୟ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତେବେ ଏହି ଲୋକାର୍ପଣ ଉତ୍ସବରେ ଚେୟାର ସବୁ ଖାଲି ପଡିରହିଥିବା ବେଳେ ନିମନ୍ତ୍ରିତ ଅତିଥି ମାନଙ୍କ ପାଇଁ ଖାଦ୍ଯ ପେୟ ମିଲିନ ଥିଲା ଯାହାଫଲରେ ଅଧିକାଂଶ ଅତିଥି ମାନେ ଭୋକ ଉପାସରେ ନିଜ ନିଜ ଘରକୁ ବାହୁଡି ଯାଇଥିବା ଦେଖିବାକୁ ମିଳିଥିଲା । ଏମିତି କି ଭାଜପା ର ବରିଷ୍ଟ ନେତା, ବ୍ଲକ୍ ପ୍ରଶାସନର କର୍ମଚାରୀ ସମେତ ସାମ୍ବାଦିକଙ୍କ ପାଇଁ ମଧ୍ୟ କୌଣସି ଖାଦ୍ୟ ର ବ୍ୟବସ୍ଥା ହୋଇନଥିଲା l ଏନେଇ ଉତ୍ସବ ଆୟୋଜକ ତଥା ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କୁ ପଚାରି ବୁଝିବାରୁ ସେ ମାତ୍ର ୫୦୦ଜଣଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା ହୋଇଥିଲା ଅଧିକ ଲୋକ ଆସିବାରୁ ଖାଦ୍ୟ ଅଣ୍ଟୀଳା ନାହିଁ ବୋଲି ପ୍ରକାଶ କରିଥିଲେ l ତେବେ ଏଠି ପ୍ରଶ୍ନ ଉଠିଛି ଖୁଦ୍ ଜିଲ୍ଲାପାଳ, ସାଂସଦ, ବିଧାୟକଙ୍କ ଉପସ୍ଥିତି ସଭାରେ କେମିତି ଲୋକେ ଭୋକିଲା ପେଟରେ ଗଲେ l କଣ ଉଦ୍ଘାଟନୀ କାର୍ଯ୍ୟକ୍ରମ କରିବାକୁ ଟଙ୍କାର ଅଭାବ ଥିଲା କି ନା ଆୟୋଜନ କରିଥିବା ଅଧିକାରୀଙ୍କ ଭୁଲ ପାଇଁ ଏମିତି ହେଲା ବୋଲି ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l