ମାଆ ହେଲେ ସ୍ୱରା, ଜନ୍ମ ଦେଲେ କନ୍ୟା ସନ୍ତାନ
ଅଭିନେତ୍ରୀ ସେପ୍ଟେମ୍ବର ୨୩ ଅର୍ଥାତ୍ ଶନିବାର ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଅଭିନେତ୍ରୀ ନିଜେ ପ୍ରଶଂସକଙ୍କୁ ଏହି ଖୁସିଖବର ଦେଇଛନ୍ତି।ସ୍ୱରା ଏବଂ ତାଙ୍କ ସ୍ୱାମୀ ଫହାଦ ଅହମ୍ମଦ ସେମାନଙ୍କ ଝିଅର ନାମ ରବିୟା ରଖିଛନ୍ତି। ପ୍ରସିଦ୍ଧ ସୁଫି ସାଧୁ ରାବିଆ ବସ୍ରିଙ୍କ ନାମରେ ଏହି ଶିଶୁ କନ୍ୟାର ନାମକରଣ କରାଯାଇଛି।ସ୍ୱରା ଭାସ୍କର ଜୁନ୍ ୬ରେ ସୋସିଆଲ ମିଡିଆରେ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ। ସ୍ୱାମୀ ଫହାଦଙ୍କ ସହ ଫଟୋ ସେୟାର କରିବାବେଳେ ସେ ଏକ ଅତ୍ୟନ୍ତ ଭାବପ୍ରବଣ ପୋଷ୍ଟ ମଧ୍ୟ ସେୟାର କରିଥିଲେ।ସ୍ବରା ଏବଂ ଫହାଦ ଫେବୃୟାରୀ ୨୦୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।