ମା ସପ୍ତଶାଖା ଠାକୁରାଣୀଙ୍କ ନବଦିନାତ୍ମକ ଘଣ୍ଟ ଯାତ୍ରା ସମ୍ପୂର୍ଣ୍ଣ I

ଥୁଆମୂ ଳରାମପୁର,୧୩|୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଜାଗେସପଦର ସ୍ଥିତ ମା’ ସପ୍ତଶାଖା ଠାକୁରାଣୀ ଦେବୀଙ୍କ ପୀଠରେ ପାରମ୍ପରିକ ରୀତିରେ ଘଣ୍ଟଯାତ୍ରା ବା ଚନ୍ଦନ ଯାତ୍ରା ଚଳିତ ବୈଶାଖ ମାସ ଶୁକ୍ଳ ପକ୍ଷ ଆରମ୍ଭର ପ୍ରଥମ ସୋମବାର ଅର୍ଥାତ୍ ଗତ ୫ ତାରିଖ ଠାରୁ ୯ ଦିନ ପର୍ଯ୍ୟନ୍ତ ଚାଲିଥିବା ଯାତ୍ରା ସୋମବାର ମହା ଆଡ଼ମ୍ବରରେ ଉଦଯାପନ ହୋଇଯାଇଛି l ରାଜା ରାଜୁଡା ଅମଳରୁ ଆସିଥିବା ତେଲୁଗୁ ଆଦିବାସୀ ସମ୍ପ୍ରଦାୟର ଆଦି ମାତା ଭାବେ ପୂଜିତ ସାତ ଭଉଣୀ ମା’ ସପ୍ତଶାଖା ଠାକୁରାଣୀ ଦେବୀଙ୍କୁ ସ୍ଥାପନା କରି ପୁରୁଷାନୁକ୍ରମେ ପୂଜା କରି ଆସୁଛନ୍ତି ଏହି ସମ୍ପ୍ରଦାୟ। ଯାହା ପ୍ରତି ଦୁଇ ବର୍ଷରେ ଥରେ ଏହି ଉତ୍ସବ ଅନୁଷ୍ଠିତ ହେଉଥ‌ିବା ରୀତି ଓ ନୀତି ରହିଆସିଛି। ନବ ଦିନାତ୍ମକର ଏହି ଉତ୍ସବକୁ ଜାଗେସ ପଦରବାସୀ ଭକ୍ତି ଓ ଶ୍ରଦ୍ଧାର ସହିତ ପାଳନ କରୁଥିବା ଯାତ୍ରାରେ ମଙ୍ଗଳବାର ଠାରୁ ମାଁ ଠାକୁରାଣୀଙ୍କ ଘଣ୍ଟ ବାହାରି ଜାଗେସ ପଦର ସମେତ ଥୁଆମୂଳ ରାମପୁର ଗ୍ରାମର ସମସ୍ତ ବସ୍ତି ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ମାଁ ଘର ଘର ଯାଇ ଦର୍ଶନ ଦେଇଥିଲେ l

ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ଥାନୀୟ ଲୋକଙ୍କ ଦ୍ବାରା ବିଭିନ୍ନ ରଙ୍ଗ ବିରଙ୍ଗର ବେଶଭୂଷା ପରିଧାନ କରି ବ୍ୟଙ୍ଗାତ୍ମକ (ଫାର୍ସ) କଳା ଓ ନୃତ୍ୟ ଗିତ ପ୍ରଦର୍ଶନ କରୁଥିବା ଦେଖ‌ିବାକୁ ମିଳିଥିଲା। ପରିଶେଷରେ ଅର୍ଥାତ୍ ନବଦିନାତ୍ମକ ରେ ଗ୍ରାମର ପୂଜକ ଶ୍ରୀକ୍ରିଷ୍ଣା ସରାବୁ, ଚନ୍ଦ୍ର ଧ୍ଵଜ ନାଏକ, ନରେନ୍ଦ୍ର ନାଏକ, ଗୋବିନ୍ଦ ପୁଝାରୀ, ସୁରେଶ ପତ୍ର, କାର୍ତ୍ତିକ କିଶାନ ଆଦି ମାନଙ୍କ ଦେହରେ କାଳିଶୀ ଲାଗି ମାଁଙ୍କ ଘଣ୍ଟକୁ ମୁଣ୍ଡରେ ବୋହି ହୁତୁ ହୂତୁ ହୋଇ ଜଳୁଥିବା ନିଆଁ ରେ ଅଗ୍ନି ପରୀକ୍ଷା ଦେଇଥିଲେ l ଏହି ଯାତ୍ରା ରେ ମୁଖ୍ୟ ପୂଜକ ଭାବେ ଶ୍ରୀକୃଷ୍ଣ ସରାବୁ ଏବଂ ଶିବ ନାଏକ ପୂଜାର୍ଚ୍ଚନା କରୁଥିବା ବେଳେ ଏଥିରେ ସହଯୋଗ କରୁଛନ୍ତି ,ଗଜେନ୍ଦ୍ର ନାଏକ, ଦିଲିପ କୁମାର ନାଏକ, ରାମସ୍ଵାମି ସରାବୁ, ରାଜେଶ ପୂଜାରୀ ସହଦେଵ ପୂଜାରୀ ,ବାଲ୍ କୁମର ସରାବୁ ଏବଂ ସମନାଥ ନାଏକ ପ୍ରମୁଖ । ଯାତ୍ରାର ପରିଚାଳନା ପାଇଁ ସ୍ଥାନୀୟ ସପ୍ତଶାଖା ଯୁବ ଅନୁଷ୍ଠାନର ସଭାପତି ଜୀବନାନନ୍ଦ ନାଏକ, ଉପସଭାପତି ଗୁଞ୍ଜେନ ମାଝୀ, ସମ୍ପାଦକ ଚନ୍ଦ୍ରହାସ୍ୟ ପାତ୍ର,କୋଷାଧ୍ୟକ୍ଷ ସୁରେଶ ନାଏକ ପ୍ରମୁଖ ଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ଉପସ୍ଥିତ ତଥା ସହଯୋଗ ରେ ସୁନ୍ଦର ଭାବରେ ଯାତ୍ରା ର ଉଦଯାପନୀ ହୋଇଯାଇଛି l