ରବିବାରଠାରୁ ପୃଥିବୀକୁ ଏକ ଅସ୍ଥାୟୀ କ୍ଷୁଦ୍ର ଚନ୍ଦ୍ର ମିଳିବାକୁ ଯାଉଛି।

ରବିବାରଠାରୁ ପୃଥିବୀକୁ ଏକ ଅସ୍ଥାୟୀ କ୍ଷୁଦ୍ର ଚନ୍ଦ୍ର ମିଳିବାକୁ ଯାଉଛି। ‘୨୦୨୪ ପିଟି ୫’ ନାମକ ଏକ ଛୋଟ ଆଷ୍ଟେରଏଡ୍‌ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକର୍ଷିତ ହୋଇଛି। ଯାହାଫଳରେ ଏହା ଏକ ଅସ୍ଥାୟୀ ଚନ୍ଦ୍ର ଆକାରରେ ରବିବାରଠାରୁ ପୃଥିବୀ ଚାରିପଟେ ଘୂର୍ଣ୍ଣନ କରିବ।ଏହା ଖାଲି ଆଖିରେ କିମ୍ବା ସାଧାରଣ ଦୂରବୀକ୍ଷଣ ଯନ୍ତ୍ରରେ ଏହା ଦୃଶ୍ୟମାନ ହେବ ନାହିଁ। ସ୍ବତନ୍ତ୍ର ଟେଲିସ୍କୋପ୍‌ ସାହାଯ୍ୟରେ ହିଁ ଏହି କ୍ଷୁଦ୍ର ଚନ୍ଦ୍ରକୁ ଦେଖିହେବ। ଅନ୍ୟପକ୍ଷରେ, ୨୦୫୫ରେ ପୁଣିଥରେ ‘୨୦୨୪ ପିଟି ୫’ ପୃଥିବୀର କକ୍ଷପଥକୁ ଫେରିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ଏହି ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ପ୍ରଦର୍ଶିତ କରୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ଦୃଶ୍ୟମାନ ହେଉଥିବା ପୃଥିବୀର ଏକମାତ୍ର ଉପଗ୍ରହ ଚନ୍ଦ୍ରର ଆକାରଠାରୁ ଏହି କ୍ଷୁଦ୍ର ଚନ୍ଦ୍ର ୩.୫ ଲକ୍ଷ ଗୁଣ କମ ବୋଲି ମହାକାଶ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି।