ରଶ୍ମିକାଙ୍କ ପରେ ଏବେ କାଜୋଲ ଡିପ୍ଫେକ୍ ଭିଡିଓର ଶିକାର
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ନେଇ ଯେଉଁ ଭୟ ରହିଥିଲା ତାହା ଏବେ ଧୀରେ ଧୀରେ ମୁଣ୍ଡ ଟେକୁଛି। ଏହାର ଭୟଙ୍କର ଦୁରୁପଯୋଗ ହେଉଛି। ଡିପ୍ଫେକ୍ ଭିଡିଓ ଉପରେ ଏବେ ଖୁବ ଚର୍ଚ୍ଚା ଚାଲିଥିବା ବେଳେ ଏହା ଉପରେ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ସମାଜ ପାଇଁ ଡିପ୍ଫେକ୍ ଏକ ବଡ଼ ବିପଦ, ଯାହା ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି।ପୂର୍ବରୁ କେନ୍ଦ୍ର ସରକାର ପୀଡିତାଙ୍କୁ ପୋଲିସର ଅଭିଯୋଗ ଦାଖଲ କରିବାକୁ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ଅନୁଯାୟୀ ଦିଆଯାଇଥିବା ପ୍ରତିକାରର ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।ଇଣ୍ଟରନେଟ୍ ବ୍ୟବହାର କରୁଥିବା ସମସ୍ତ ନାଗରିକଙ୍କ ସୁରକ୍ଷା ଓ ଆସ୍ଥା ସୁନିଶ୍ଚିତ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ୨୦୨୩ ଏପ୍ରିଲରେ କରାଯାଇଥିବା ସୂଚନା ପ୍ରଯୁକ୍ତି (ଆଇଟି) ରୁଲ୍ସ ଅଧୀନରେ ଏଭଳି କଣ୍ଟେଣ୍ଟ୍ସକୁ ହଟାଇବା ପ୍ଲାଟ୍ଫର୍ମଗୁଡ଼ିକର ଦାୟିତ୍ୱ। ଏହାର ଅନୁପାଳନ ନ କଲେ ରୁଲ୍ ୭ ଲାଗୁ ହେବ|
ପ୍ରଥମେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ଆଉ ଏବେ କାଜୋଲ, ଡିପ୍ଫେକ୍ ଭିଡିଓର ଶିକାର ହୋଇଛନ୍ତି।କାଜୋଲଙ୍କର ଡିପ୍ଫେକ୍ ଭିଡିଓ ଇଣ୍ଟରନେଟ୍ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏଥିରେ କାଜୋଲ କ୍ୟାମେରା ସାମ୍ନାରେ ପୋଷାକ ବଦଳାଉ ଥିବାର ନକଲି ଭିଡିଓ ଦେଖିବାକୁ ମିଳିଛି। ଫେସ୍ବୁକ୍, ଏକ୍ସ ଓ ୟୁଟ୍ୟୁବ୍ରେ ଭାଇରାଲ୍ ହେଉଥିବା ଏହି ଭିଡିଓଟି କାଜୋଲଙ୍କର ନୁହେଁ ଜଣେ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସରଙ୍କର ବୋଲି ଜଣାପଡ଼ିଛି। ଯେଉଁଥିରେ ଏଡିଟ୍ କରି କାଜୋଲଙ୍କ ଚେହେରା ଲଗାଯାଇଛି। ଜୁନ ୫ ତାରିଖରେ ଏହି ଭିଡିଓଟି ଟିକ୍ଟିକ୍ରେ ଅପଲୋଡ୍ ହୋଇଥିଲା। ହେଲେ ଏହାକୁ କିଏ ତିଆରି କରିଛନ୍ତି ସେ ବିଷୟରେ କୌଣସି ସୂଚନା ନାହିଁ। କାଜୋଲଙ୍କ ପୂର୍ବରୁ ରଶ୍ମିକା ମନ୍ଦାନାଙ୍କ ସହ ବି ସମାନ ଘଟଣା ଘଟିଥିଲା। ହେଲେ ଏହି ଭିଡିଓକୁ କିଏ ତିଆରି କରିଥିଲେ ତାହା ବି ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।ତେବେ ଏଆଇ ପାଇଁ ବର୍ତ୍ତମାନ ଥିବା ନିୟମରେ କୋହଳତା ଯୋଗୁ ଏଭଳି ଘଟୁଥିବା ସାଇବର ଏକ୍ସପର୍ଟ କହିଛନ୍ତି।