ରାଜସ୍ବ ସେବା ପାଇଁ ଆସିଲା ଇ-ରେଜିଷ୍ଟେସନ ଆପ୍ ।

ଆଉ ଆପଣଙ୍କୁ ତହସିଲ ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ । ଏଣିକି ମୋବାଇଲରେ ମିଳିବ ସମସ୍ତ ରାଜସ୍ବ ତଥ୍ୟ । ଇ-ରେଜିଷ୍ଟ୍ରେସନ ଆପ୍‌ କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ଏବେ ରାଜସ୍ଵ ସଂକ୍ରାନ୍ତ ବିଭିନ୍ନ ଜାଗଜପତ୍ର ଘରେ ବସି ଅନ୍‌ଲାଇନ୍‌ରେ ଡାଉନ୍‌ଲୋଡ୍ କରିହେବ। ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଙ୍ଗ୍, ନିଜର ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ଜାଣିବା, ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିବା ଆଦି ସମସ୍ତ କାର୍ଯ୍ୟ ମୋବାଇଲ ମାଧ୍ୟମରେ ସମ୍ଭବ ହେବ।ଏହାଦ୍ୱାରା ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପେପରଲେସ୍ ଏବଂ କ୍ୟାସଲେସ ହୋଇପାରିଛି। ଏହାଦ୍ୱାରା ସବ୍ ରେଜିଷ୍ଟ୍ରାର ଅଫିସରେ ଅଯଥା ଭିଡ ମଧ୍ୟ ହ୍ରାସ ହୋଇପାରିବ।

Ad 13