ରାଜ୍ୟ ସ୍ତରିୟ ଟ୍ରାପ ସୁଟିଙ୍ଗ ଚାମ୍ପିୟନସିପରେ ଭାଗ ନେଲେ ଥୁଆମୂଳ ରାମପୁର ବ୍ଲକ୍ ରୁ ସୁଭମ୍ l

ଥୁଆ ମୂଳ ରାମପୁର,୨୨/୦୬-(ଦୁର୍ଗା କୀର୍ତ୍ତି):- ସେ ଦୁର୍ଗମ, ପଛୁଆ ଅଞ୍ଚଳ ଆଉ ପଛାରେ ନାହିଁ l ସେ ଶିକ୍ଷା, ଦୀକ୍ଷା, କଲା, ସଂସ୍କୃତି ଠାରୁ ଆରମ୍ଭ କରି ଅନେକ କ୍ଷେତ୍ର ରେ ଏହି ବ୍ଲକ୍ ଆଗକୁ ଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଡୁମେରପଦର ଗ୍ରାମର ସୁଭମ୍ ଶ୍ରୀ ଚନ୍ଦନ ନାଏକ ରାଜ୍ୟସ୍ତରୀୟ ଟ୍ରାପ ସୁଟିଙ୍ଗ ଚାମ୍ପିୟନସିପରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲାର ତାଳଚେର ଠାରେ ଦୁଇଦିନିଆ ରାଜ୍ୟ ସ୍ତରିୟ ଟ୍ରାପ ସୁଟିଙ୍ଗ ଚାମ୍ପିୟନସିପ୍ ଆୟୋଜନ ହୋଇଥିବା ଏହି ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୫୮ ଜଣ ଖେଳାଳି ଭାଗନେଇଥିଲେ। ଏଥି ମଧ୍ୟରୁ ରାୟଗଡା ଜିଲ୍ଲା ରାଇଫଲ କ୍ଲବ ତରଫରୁ ଅକ୍ଷୟ ନାୟକ ଏବଂ କଳାହାଣ୍ଡି ଜିଲ୍ଲା ରୁ ସୁଭମ୍ ଶ୍ରୀ ଚନ୍ଦନ ନାଏକ ଏବଂ ଦେବେନ୍ଦ୍ର ପ୍ରଧାନ ରାଇଫଲ୍ କ୍ଲବ ପକ୍ଷରୁ ପ୍ରତିନିଧିତ୍ଵ କରି ତୃତୀୟସ୍ତାନ ଅଧିକାର କରି ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି। ଏଥିପାଇଁ ଥୁଆମୂଳ ରାମପୁର ବ୍ଲକ୍ ର ଖେଳ ପ୍ରେମୀ, ବୁଦ୍ଧିଜୀବୀ ଙ୍କ ପକ୍ଷରୁ ଏହି ସମସ୍ତ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁଭମ୍ ଙ୍କୁ ମଧ୍ୟ ବିଭିନ୍ନ ମହଲରୁ ଅଭିନନ୍ଦନ ସହ ରାୟଗଡ଼ା ରାଇଫଲ୍ କ୍ଲବ୍ କୁ ଶୁଭେଚ୍ଛା ଅଭିନନ୍ଦନ ର ସୁଅ ଛୁଟୁଛି ।

ରାୟଗଡ଼ା ଜିଲ୍ଲା ରାଇଫଲ୍ କ୍ଲବ୍ ର ସଭାପତି ତଥା ରୀନାଉଣ୍ଡ ସଟ୍ ପ୍ରାପ୍ତ କୋଚ୍ ଶ୍ରୀ ବିଜୟ କିଶର ପଟ୍ଟନାୟକଙ୍କ ତତ୍ୱାବଧାନରେ ଖେଳାଳିମାନେ ବ୍ରୋଞ୍ଜ ମେଡାଲ ହାସଲ କରିଥିବାରୁ କଳାହାଣ୍ଡି ଜିଲ୍ଲା ତଥା ଥୁଆମୂଳ ରାମପୁର ପାଇଁ ଗୌରବର ବିଷୟ ହୋଇଛି।

Ad 13