ଲୋକପ୍ରିୟ ତାମିଲ୍‌ ସଙ୍ଗୀତ ନିର୍ଦ୍ଦେଶକ ବିଜୟ ଆଣ୍ଟୋନୀଙ୍କ ଝିଅ ମୀରା ଆତ୍ମହତ୍ୟା କଲେ

 ଲୋକପ୍ରିୟ ତାମିଲ୍‌ ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା ଏବଂ ପ୍ରଯୋଜକ ବିଜୟ ଆଣ୍ଟୋନୀଙ୍କ ଝିଅ ମିରାଙ୍କର ଆତ୍ମହତ୍ୟା।  ଆଣ୍ଟୋନିଙ୍କ ଝିଅ ମୀରାଙ୍କ ୧୯ ସେପ୍ଟେମ୍ବର ଅର୍ଥାତ୍‌ ମଙ୍ଗଳବାର ସକାଳେ ପରଲୋକ ଘଟିଛି। କୁହାଯାଉଛି ଯେ, ବିଜୟଙ୍କ ୧୬ ବର୍ଷର ଝିଅ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଚେନ୍ନାଇସ୍ଥିତ ନିବାସରେ ମୀରାଙ୍କୁ ଝଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା, ପରେ ତାଙ୍କ ସଙ୍ଗେ ସଙ୍ଗେ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।