ସିଲଭର ସ୍କ୍ରିନ୍ରେ ଧମାଲ କରିବେ SRK ଏବଂ ଥଲପତି ବିଜୟ
ଚଳଚ୍ଚିତ୍ର ନିର୍ମାତା ଏଟଲି ସାଉଥ ସୁପରଷ୍ଟାର ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଅନ୍ୟତମ।ନିକଟରେ ଅଟଲି ଶାହାରୁଖ ଖାନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ଜୱାନ ସହିତ ନିର୍ଦ୍ଦେଶକ ଭାବରେ ବଲିଉଡରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ଅଟଲି ଶାହାରୁଖ ଥଲାପତି ବିଜୟଙ୍କ ସହ ବଡ ପ୍ରୋଜେକ୍ଟର ସୂଚନା ଦେଇଛନ୍ତି । ଯାହା ଶୁଣିବା ପରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି ।
ତେବେ ସେ ତାଙ୍କର ପରବର୍ତ୍ତୀ ଫିଲ୍ମର ଆଉ କୌଣସି ବିବରଣୀ ଶେୟାର କରିନାହାଁନ୍ତି।ଅଟଲି ପ୍ରକାଶ କରିଛନ୍ତି ଯେ ସେ ବର୍ତ୍ତମାନ ସେ ସ୍କ୍ରିପ୍ଟରେ କାମ କରୁଛନ୍ତି । ଯାହା ଏହି ପାୱାରହାଉସ୍ ପ୍ରତିଭାମାନଙ୍କୁ ଏକତ୍ର କରିବ।କହିବାକୁ ଗଲେ ନିକଟରେ ଶାହରୁଖଙ୍କ ଅଭିନୀତ ଫିଲ୍ମ ଜୱାନ ବ୍ଲକବଷ୍ଟର ହୋଇଥିଲା। ଯାହା ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି । ଏହି ଚଳଚ୍ଚିତ୍ର ଘରୋଇ ବଜାରରେ ୬୪୦ କୋଟିରୁ ଅଧିକ ଟଙ୍କା କଲେକସନ୍ କରିଛି । ଏହି ଚଳଚ୍ଚିତ୍ର ବିଶ୍ୱରେ ୧୧୪୦ କୋଟିରୁ ଅଧିକ ବ୍ୟବସାୟ କରିଛି।ଲୋକପ୍ରିୟ ତାମିଲ ଟିଭି ପ୍ରେଜେଣ୍ଟର ତଥା ୟୁଟ୍ୟୁବର୍ ଗୋପୀନାଥଙ୍କ ସହ କଥାବାର୍ତ୍ତା କରି ଏଟଲି ପ୍ରକାଶ କରିଛନ୍ତି ଯେ ସେ ବର୍ତ୍ତମାନ ସେ ସ୍କ୍ରିପ୍ଟରେ କାମ କରୁଛନ୍ତି ।