ସ୍ଵାମୀଙ୍କର ବିଶେଷ ଯତ୍ନ ନିଅନ୍ତି ପ୍ରିୟଙ୍କା କିନ୍ତୁ ସ୍ୱାମୀ ଏହି ରୋଗରେ ପୀଡିତ

ବଲିଉଡ୍‌ର ପ୍ରିୟଙ୍କ| ନିଜ ଦେଶରେ ଯେମିତି ପ୍ରସିଦ୍ଧ ସେମିତି ବିଦେଶରେ ବି ସଫଳତା ବିସ୍ତାର କରିଛନ୍ତି। କିନ୍ତୁ ଏବେ ପ୍ରିୟଙ୍କା ତାଙ୍କ ସ୍ଵାମୀ ନିକ ଜୋନାସ ଏବଂ ଝିଅ ମାଲତୀ ମେରିଙ୍କ ସହିତ ଦୀର୍ଘ ସମୟ ଧରି ବିଦେଶରେ ରହିଆସିଛନ୍ତି ।ସେ ଦୀର୍ଘ ଦିନ ଧରି ଟାଇପ୍ -୧ ଡାଇବେଟିସ୍ ସହିତ ସଂଘର୍ଷ କରୁଛନ୍ତି। ଏଥିପାଇଁ ପ୍ରିୟଙ୍କା ତାଙ୍କ ବିଶେଷ ଯତ୍ନ ନିଅନ୍ତି।ଏକ ସାକ୍ଷାତକାରରେ ନିକ୍‌ କହିଛନ୍ତି, ପ୍ରାରମ୍ଭିକ ଦିନରେ ଯେତେବେଳେ ତାଙ୍କ ଝିଅ ଘରେ ଖେଳିବା ବୟସରେ ତାଙ୍କ ରକ୍ତରେ ଶର୍କରା କମିଗଲା। ସେହି ସମୟରେ ତାଙ୍କ ଝିଅର ଧ୍ୟାନ ନେବାର ଆବଶ୍ୟକ ଥିଲା।

ଏହା ତାଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଥିଲା। ନିକ୍ ତାଙ୍କ ପତ୍ନୀ ପ୍ରିୟଙ୍କା ଚୋପ୍ରାଙ୍କୁ ଆହୁରି ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଯେତେବେଳେ ବି ସେ ବାହାରକୁ ଯାଆନ୍ତି କିମ୍ବା ଏକ କନ୍ସର୍ଟରେ ଯୋଗ ଦିଅନ୍ତି, ପ୍ରିୟଙ୍କା ନମ୍ବର ଆପ୍ ମାଧ୍ୟମରେ ତାଙ୍କ ସୁଗାର ଚେକ୍‌ କରନ୍ତି। ଏହି ସମୟ ମଧ୍ୟରେ, ଯେତେବେଳେ ବି ସେ ଅନୁଭବ କରନ୍ତି ଯେ ତାଙ୍କର ସଗାର ଲେବଲ ଅଧିକ ରୁହେ, ପ୍ରିୟଙ୍କା ତାଙ୍କୁ ସତର୍କ କରନ୍ତି ।ପ୍ରିୟଙ୍କା କେବଳ ତାଙ୍କ ଡାଇବେଟିସ ବିଷୟରେ ସଚେତନ ନୁହନ୍ତି ବରଂ ସେ ଜଣେ ମା’ ହିସାବରେ ଜାଣିଛନ୍ତି କ’ଣ କେତେବେଳେ କରାଯିବା ଉଚିତ।