ସ୍ୱଚ୍ଛ ଭାରତ ମିଶନକୁ ପୁରିଲା ୧୦ ବର୍ଷ ।

ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧତା ଏକ ପ୍ରତିଶ୍ରୁତି ନୁହେଁ ବରଂ ସାରା ଜୀବନ ପାଇଁ ପ୍ରତିଶ୍ରୁତି। ତେଣୁ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। ବିଜେପି କହିଛି ସ୍ବଚ୍ଛ ଭାରତ କେବଳ ଏକ ଅଭିଯାନ ନୁହେଁ ଏହା ଏକ ଆନ୍ଦୋଳନ ଅଟେ । ପରିବେଶର ସୁରକ୍ଷା କେବଳ ନିର୍ଦ୍ଧିଷ୍ଠ ବ୍ୟକ୍ତି ବା ସଂଗଠନର ଦାୟିତ୍ବ ନୁହେଁ ଆମ ସମସ୍ତଙ୍କର । ଏହି କ୍ରମରେ ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି ।ନୂଆଦିଲ୍ଲୀରେ ସ୍ୱଚ୍ଛ ଭାରତ ମିଶନର ୧୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା ୨୦୨୪ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ସ୍ୱଚ୍ଛ ଭାରତ ହାସଲ ପାଇଁ ନିରନ୍ତର ପ୍ରୟାସ ଜରୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି,ସମସ୍ତ ଦେଶବାସୀଙ୍କ ତରଫରୁ ଆମେ ତାଙ୍କ ଜନ୍ମ ବାର୍ଷିକୀରେ ସମ୍ମାନିତ ବାପୁଙ୍କୁ ସମ୍ମାନ ଜଣାଇଥାଉ । ସତ୍ୟ, ସମନ୍ବୟ ଏବଂ ସମାନତା ଉପରେ ଆଧାରିତ ତାଙ୍କ ଜୀବନ ଏବଂ ଆଦର୍ଶ ଦେଶବାସୀଙ୍କ ପାଇଁ ସର୍ବଦା ଏକ ପ୍ରେରଣା ରହିବ ।