୧୦ ମାସ ରୁ ଉର୍ଦ୍ଧ ହେବ ଅନ୍ଧାର ରେ ଗ୍ରାମବାସୀ
ଯୋଡ଼ା ବ୍ଳକ ଳଦା ପଞ୍ଚାୟତ ; ବି ପ୍ଲଟ ଗ୍ରାମ ର ଗ୍ରାମବାସୀ
ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ ପରେ ମଧ୍ୟ କିଛି ସାହାଯ୍ୟ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ
ପୂର୍ବରୁ ମିସ୍ ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସ ତରଫରୁ ବିଦ୍ୟୁତ୍ ସେବା ଯୋଗାଈ ଦିଆ ଯାଉଥିଲା , ଗତ ୧୦ ମାସ ରୁ ଉର୍ଦ୍ଧ ହେବ ବିଦ୍ୟୁତ୍ ସେବା କୁ ବିଚ୍ଛିନ୍ନ କରି ଦିଆ ଯାଇଛି l
ମିସ୍ ଇନ୍ଦ୍ରାଣୀ ପଟ୍ଟନାୟକ ଖଣିର ବେନିଫିକେଶନ କାରଖାନା ପାଇଁ ହିଅରିଙ୍ଗ ଅନୁଷ୍ଠିତ ହେଇଥିଲା ବି ପ୍ଲଟ ଗ୍ରାମବାସୀ ଦାବି ପତ୍ର ପ୍ରଦାନ କରିଥିଲେ, କିନ୍ତୁ ବିଦ୍ୟୁତ୍ ସେବା କୁ ଅନୁମୋଦନ ନ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତୀ
ଗ୍ରାମବାସୀ ବିଦ୍ୟୁତ୍ ଅଫିସ୍ ଜୁରୁଡ଼ି ରେ ଯାଇ ବୁଝିବା ପରେ ବିଦ୍ୟୁତ୍ ବିଭାଗ କତୁର୍ପକ୍ଷ କହୁଛନ୍ତି ଯେ ତାଙ୍କୁ ସେ ସ୍ଥାନ ରେ ବିଦ୍ୟୁତ୍ ସଞ୍ଜଗ ନ କରିବା ପାଇଁ ଧମକ ଦିଆଯାଇଚି
ବାରମ୍ବାର ଅଭିଯୋଗ ପରେ ମଧ୍ୟ ତାଙ୍କୁ ସାହାଯ୍ୟ ମିଳି ନଥିବା ଗ୍ରାମର ପଙ୍କଜ ବାରିକ୍ ଅଭିଯୋଗ କରିଛନ୍ତି l
ଏ ନେଇ ଗ୍ରାମବାସୀ ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି କି ଯଥା ଶୀଘ୍ର ତାଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦିଆ ଯାଉ