୧୧ କେବି ବିଦ୍ଯୁତ ସଂପର୍ଶରେ ଆସି ଦୁଇ କାରୀଗର ଗୁରୁତର ।
ଥୁଆମୁଳ ରାମପୁର, ୨୬/୦୯-(ଦୁର୍ଗା କୀର୍ତ୍ତି):- ବିହାର ରାଜ୍ୟର ଶ୍ରୀକାନ୍ତ ଶର୍ମା (୩୫) ଏବଂ ରାଜୁ ଶର୍ମା (୩୨) ନାମକ ଦୁଇ ଜଣ କାରୀଗର କଳାହାଣ୍ଡି ଆସି କାମ କରିବା ସେମାନଙ୍କ ପାଇଁ ହୋଇ ଅଛି କାଳ। ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବ୍ଲକ୍ ମୁଖ୍ୟାଳୟ ର ମୁଖ୍ୟ ଫାଟକରେ ଗୁରୁବାର ଫାଟକର ମରାମତି ବା ନୂତନ ଗେଟ୍ ସାଙ୍ଗକୁ ବ୍ଲକ୍ ସୂଚନା ଫଳକ ଲାଗାଉଥିବା ବେଳେ ମୁଖ୍ୟ ଗେଟ୍ ଉପରେ ବ୍ଯାଙ୍କର ଟ୍ରାନ୍ସଫର୍ମର କୁ ସଂଯୋଗ କରିଥିବା ୧୧କେବି ତାରରୁ ମାତ୍ର ୪ ଫୁଟ ତଳେ ସେହି ମୁଖ୍ୟ ପାଟକ ଯାହାକି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ବିନା ସୁରକ୍ଷାରେ ଦୁଇଜଣ କାରୀଗର କାମ କରୁଥିଲେ l ଯାହାକି ବିଦ୍ୟୁତ୍ ବିଭାଗର ବିନା ଅନୁମତିରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏହି ବିତ୍ୟୁତ୍ ତାରକୁ ଖାତିର ନ କରି, ବିନା ବିଜୁଳୀ କାଟରେ କେମିତି କାମ କରୁଥିଲେ ତାହା ତଦନ୍ତ ସାକ୍ଷେପ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ବିଦ୍ୟୁତ ତାର ସଂପର୍ଶରେ ଆସି ଗେଟ୍ ଉପରୁ ତଳକୁ ଖସିପଡିଥିଲେ ଯାହାଫଳରେ ଅତି ଗୁରୁତ ଆଘାତ ପାଇଛନ୍ତି ।

ଘଟଣା ସ୍ଥଳରୁ ବ୍ଳକ ପ୍ରଶାସନ ଓ କିଛି ଲୋକଙ୍କ ଦ୍ବାରା ସେଠାରୁ ଉଧାର କରି ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ଆବଶ୍ୟକ ପଡିଥିବାରୁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲା, ଯେହେତୁ ଶ୍ରମିକଙ୍କ ଶରୀର ପ୍ରାୟ ଆଘାତ ଲାଗିଛି ଯାହାକି ଦୁଇଜଣଙ୍କ ମୁଣ୍ଡରେ ଗଭୀର ଆଘାତ ସାଙ୍ଗକୁ ପାଦର ଆଙ୍ଗୁଳି ଜଳିଯାଇଛି ଏବଂ ଜଣଙ୍କ ପେଟ ଚିରି ହୋଇଥିବା ବେଳେ ଆଉ ଜଣଙ୍କ ଜଙ୍ଘରେ ବହୁତ ମାଡ଼ ହୋଇଛି l ସେଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ନିଆଯାଇଛି l ତେବେ ବିଦ୍ଯୁତ ଆଘାତ ପାଇଥିବା ଦୁଇଜଣ ବ୍ଯକ୍ତିଙ୍କୁ ଯଥାଶୀଘ୍ର ଅଧିକ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ଓ ତାଙ୍କ ପରିବାର ସଦସ୍ୟ ଙ୍କୁ ଆର୍ଥିକ ସହାୟତା ପ୍ରଶାସନ ପକ୍ଷରୁ ଯୋଗାଇ ଦେବାପାଇଁ ସାଧାରଣ ରେ ଦାବି ହେଉଛି।