୨୦୨୩ ମିସ୍ ୟୁନିଭର୍ସରେ ଭାରତର ପ୍ରତିନିଧିତ୍ୱ କରିବେ ଶ୍ୱେତା
୭୨ତମ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ଶ୍ୱେତା ଶାରଦା ।ଏହି ପ୍ରତିଯୋଗିତା ଶନିବାର ସାନ ସାଲଭାଡର୍ର ଜୋସ୍ ଆଡୋଲ୍ଫୋ ପିନେଡା ଏରିନାରେ ଆୟୋଜିତ ହେଉଛି।ଚଣ୍ଡିଗଡ଼ ଜନ୍ମିତ ଏହି ମଡେଲ ମିସ୍ ଡିଭା ୟୁନିଭର୍ସ ମୁକୁଟ ପିନ୍ଧିବା ପରେ ଆସନ୍ତା ୧୯ ତାରିଖରେ ଏଲ ସାଲଭାଡୋରରେ ଅନୁଷ୍ଠିତ ହେବାକୁ ଯାଉଥିବା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବେ ।
ଶ୍ୱେତା ଶାରଦା ଯିଏ ଜଣେ ପ୍ରତିଭାଶାଳୀ ମଡେଲ, ଡ୍ୟାନ୍ସର ଏବଂ କୋରିଓଗ୍ରାଫର ଅଟନ୍ତି। ଶ୍ୱେତା ପ୍ରଥମରୁ କେତେଗୁଡ଼ିଏ ଡ୍ୟାନ୍ସ ରିଆଲିଟି ଶୋ’ରେ ଅଂଶଗ୍ରହଣ କରିଥିଲେ। ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜନ-୬, ଡ୍ୟାନ୍ସ ଦିୱାନେ, ଡ୍ୟାନ୍ସ ପ୍ଲସ୍ ସିଜନ-୬ରେ ଭାଗ ନେଇଥିଲେ। ଏଥିସହ ସେ ଝଲକ୍ ଦିଖ୍ ଲାଜା ସିଜନ- ୧୦ରେ କୋରିଓଗ୍ରାଫର ଭାବେ ମଧ୍ୟ କାମ କରିଥିଲେ।
ଶ୍ୱେତା ମ୍ୟୁଜିକ୍ ଭିଡିଓ ‘ମସ୍ତ ଆଖେ’ରେ ଲୋକପ୍ରିୟ ଅଭିନେତା ତଥା ଡ୍ୟାନ୍ସରଙ୍କ ସହିତ ସ୍କ୍ରିନ୍ ଶେୟାର କରିଛନ୍ତି। ଗତ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ମିସ୍ ଡିଭା ପ୍ରତିଯୋଗିତାରେ ସେ ମିସ୍ ଡିଭା-୨୦୨୩ ଟାଇଟଲ ଜିତିଥିଲେ । ମଡେଲିଂରେ କ୍ୟାରିଅର୍ କରିବା ପାଇଁ ଶ୍ୱେତା ୧୬ ବର୍ଷ ବୟସରେ ମା’ଙ୍କ ସହ ମୁମ୍ବାଇ ଆସିଥିଲେ । ଇନ୍ଦିରା ଗାନ୍ଧି ନ୍ୟାସନାଲ ଓପନ୍ ୟୁନିଭର୍ସିଟିରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।