ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ଦେହାନ୍ତ

ମନୋରଞ୍ଜନ ଜଗତରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ମାଲାୟାଲମ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ପରଲୋକ ଗଟିଛି। ଗୁରୁବାର ରାତିରେ ତାଙ୍କ ଘରୁ ତାଙ୍କର ମୃତଦେହ ମିଳିଛି।  ତାଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅଭିନେତ୍ରୀଙ୍କ ଦେହାନ୍ତ ଖବର ଆସିବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଦୁଃଖିତ ଅଛନ୍ତି।

୩୧ ବର୍ଷିୟା ପ୍ରସିଦ୍ଧ ଅଭିନେତ୍ରୀ ଅପର୍ଣ୍ଣା ନାୟାରଙ୍କ ଗୁରୁବାର ସନ୍ଧ୍ୟା ୭:୩୦ ସମୟରେ ମୃତଦେହ ମିଳିଥିବାବେଳେ ଉଭୟ ମା ଏବଂ ଭଉଣୀ ଘରେ ଉପସ୍ଥିତ ଥିଲେ। ଏଥିସହିତ ପରିବାର ସଦସ୍ୟ ଏହି ଘଟଣା ବିଷୟରେ ଜାଣିବା ବେଳକୁ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା। ମୃତ୍ୟୁର ତଦନ୍ତ ପାଇଁ ବର୍ତ୍ତମାନ ମୃତଦେହକୁ ଡାକ୍ତରଖାନାରେ ରଖାଯାଇଛି। ଅଭିନେତ୍ରୀଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଅପର୍ଣ୍ଣାଙ୍କ ମୃତ୍ୟୁ ତାଙ୍କ ପରିବାରକୁ ବିଚଳିତ କରିଦେଇଛି।