ଅମରନାଥ ଯିବାକୁ ଚାହୁଁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର।

ଏବେ ଅମରନାଥ ଯାତ୍ରା ପାଇଁ ଆସନ୍ତା ଏପ୍ରିଲ ୧୧ ତାରିଖରୁ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି। ସେହିପରି ୨୦୨୨ ଜୁନ ୩୦ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବ ବୋଲି ବିଶେଷ ସୂତ୍ର ରୁ ଜଣାପଡିଛି। କରୋନା ମହାମାରୀ ଯୋଗୁଁ ଏହି ଯାତ୍ରା ଗତ ୨ ବର୍ଷ ହେଲା ବନ୍ଦ ରହିଥିଲା।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ଜୁନ ୩୦ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଶ୍ରାଇନ ବୋର୍ଡ ଅନୁସାରେ ଚଳିତ ମାସ ଏପ୍ରିଲ ୧୧ ତାରିଖରୁ ଏଥିପାଇଁ ପଞ୍ଜୀକରଣ ଆରମ୍ଭ ହେବ।ଗୋଟିଏ ଦିନରେ ୨୦ ହଜାର ଯାତ୍ରୀଙ୍କର ପଞ୍ଜୀକରଣ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ ଶ୍ରାଇନ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାଉଣ୍ଟରରେ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ କରା ଯାଇପାରିବ ବୋଲି କୁହାଯାଇଛି ।

ସରକାରଙ୍କ ତରଫରୁ ୭୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ୧୩ ବର୍ଷରୁ କମ ବୟସର ଛୋଟ ପିଲାଙ୍କୁ ଅମରନାଥ ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ। ସେହିପରି ଦେଢ଼ ମାସରୁ ଅଧିକ ଗର୍ଭବତି ମହିଳାମାନଙ୍କୁ ମଧ୍ୟ ଅମରନାଥ ଯାତ୍ରା ଉପରେ ସରକାର କଟକଣା ଲଗାଇଛନ୍ତି ।