ଆସିବ ‘ଜବ୍ ଉଇ ମେଟ୍’ ସିକୁଏଲ
ବଲିଉଡର ସବୁଠାରୁ ପ୍ରିୟ ଚଳଚ୍ଚିତ୍ର ମଧ୍ୟରୁ ଜବ୍ ୱି ମେଟ୍। ଏହି ଫିଲ୍ମରେ କରୀନା କପୁର ଖାନ ଏବଂ ସାହିଦ କପୁରଙ୍କ ଯୋଡି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ୨୦୦୭ରେ ମୁକ୍ତିଲାଭ କରିଥିବା ଏହି ରୋମାଣ୍ଟିକ୍-କମେଡି ଫିଲ୍ମ ଏକ ବ୍ଲକବଷ୍ଟର ଥିଲା । ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ସିକ୍ୱେଲ୍ ଦାବି କରିଥିଲେ। ଶେଷରେ ପ୍ରଶଂସକଙ୍କ ଏହି ଇଚ୍ଛା ପୂରଣ ହୋଇଛି।
ଏକ ରିପୋର୍ଟ ଅନୁଯାୟୀ, ‘ଜବ୍ ୱି ମେଟ୍’ର ସିକ୍ୱେଲ୍ ପାଇଁ ପ୍ରସ୍ତୁତି ଚାଲିଛି।ଏକ ରିପୋର୍ଟ ଅନୁଯାୟୀ, ଅଷ୍ଟବିନାୟକ ପ୍ରୋପରାଇଟର ରାଜ ମେହେଟ୍ଟା ଓରଫ ଗାନ୍ଧାର ଫିଲ୍ମର ସିକୁଏଲ୍ ଲାଗି ଯୋଜନା କରୁଛନ୍ତି। ଏଥିରେ ଶାହିଦ, କରିନା, ଇମ୍ତିଆଜ୍ ଏକାଠି କାମ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ଇମ୍ତିଆଜ ସିକୁଏଲକୁ ନିର୍ଦ୍ଦେଶନା ଦେଇପାରନ୍ତି।