ଆସିବ ‘ଧଡକନ୍‌ ୨’,

୨୦୦୦ରେ ରିଲିଜ ହୋଇଥିଲା ଫିଲ୍ମ ‘ଧଡକନ୍‌’। ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ, ଶିଳ୍ପା ସେଟ୍ଟୀ ଅଭିନୀତ ଏହି ଚଳଚ୍ଚିତ୍ରକୁ ଦର୍ଶକେ ବେଶ ପସନ୍ଦ କରିଥିଲେ।  ଫିଲ୍ମର ସିକୁଏଲ୍‌ ଖୁବ୍‌ଶୀଘ୍ର ନିର୍ମାଣ ହେବ ବୋଲି ଜଣାପଡ଼ିଛି। ‘ଗଦର ୨’ର ସଫଳତାକୁ ଦେଖି ନିର୍ମାତା ‘ଧଡକନ୍‌ ୨’ ଆଣିବାକୁ ଯୋଜନା କରୁଛନ୍ତି।ଏକ ସାକ୍ଷାତକାରରେ ‘ଧଡକନ୍‌’ ନିର୍ଦ୍ଦେଶକ ଧର୍ମେଶ ଦର୍ଶନ କହିଛନ୍ତି, ଅନେକ ଲୋକ ମୋତେ କେବେ ଫିଲ୍ମ ଆଣୁଛ ବୋଲି ପ୍ରଶ୍ନ କରୁଛନ୍ତି। ଯେତେବେଳେ କେହି ମୋର ଅତୀତରେ କରିଥିବା କାମକୁ ପସନ୍ଦ କରନ୍ତି ଖୁସି ଲାଗେ।

ଆଜି ବି ଲୋକେ ‘ଧଡକନ୍‌’କୁ ମନେ ପକାନ୍ତି। ରାଜା ହିନ୍ଦୁସ୍ତାନୀ ପରେ ଏହି ଫିଲ୍ମର ସିକୁଏଲ କରିବାକୁ ପଚାରନ୍ତି। ଏଣୁ ସେ ଫିଲ୍ମର ସିକୁଏଲ୍‌ କରିବେ। କାରଣ ଫିଲ୍ମର ନିର୍ମାତା ରତନ ଜୈନ ତାଙ୍କୁ ଏହି ଅଫର ଦେଇଛନ୍ତି। ଆମେ ଏନେଇ କଥା ହୋଇଛୁ। ଏହା କେତେ ହିଟ୍‌ ହେବ ତାହା ଜଣାନାହିଁ ବୋଲି ସେ କହିଛନ୍ତି। ଏହାଛଡ଼ା ସେ ପୁରୁଣା କଳାକାର ଏଥିରେ କାମ କରିବେ କି ନାହିଁ ସେ ନେଇ ସ୍ପଷ୍ଟ କରି ନାହାନ୍ତି।