ଏମ୍.ଜି.ଏନ.ଆର.ଇ.ଜି.ଏ ଓ ଏନ.ଏସ.ଏଫ୍.ଏ ର ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ l

ଥୁଆମୂଳ ରାମପୁର,୦୬/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଠାରେ ଏମ୍.ଜି.ଏନ.ଆର.ଇ.ଜି.ଏ ଓ ଏନ.ଏସ.ଏଫ୍.ଏ ଆଇନ ଅନ୍ତର୍ଗତ ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ ଶିବିର ବା ସାମାଜିକ ସମୀକ୍ଷା ଅବଧିର ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସମିତି ସଭାଗ୍ରୃହ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲି ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଏହି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ବ୍ଳକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପଞ୍ଚାୟତ ସମିତ ଅଧ୍ଯକ୍ଷ ଦୟାନିଧି ମାଝୀ, ପୂର୍ବତନ ବ୍ଳକ ଅଧ୍ଯକ୍ଷା କିଆମଣୀ ନାଏକ, ଏଇଇ ସାଲକୋ ହେମ୍ବ୍ରମ, ଯୋଗାଣ ନିରୀକ୍ଷଣ ବିଭୂରଞ୍ଜନ ସାହୁ, କନିଷ୍ଠ ଯନ୍ତ୍ରୀ ସତ୍ଯ ନାରାୟଣ ବେହେରା, ଯନ୍ତ୍ରୀ ଶମ୍ବୁ ପ୍ରସାଦ କେଙ୍ଗୁଆ, ଯନ୍ତ୍ରୀ ମଳୟ ଶତପଥୀ, ଯନ୍ତ୍ରୀ ପ୍ରତାପ ସାହୁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବ୍ଳକର ୨୪ ଗୋଟି ଗ୍ରାମପଞ୍ଚାୟତର ଅଧିକାରୀ ତଥା ସମସ୍ତ ଲାଇନ୍ ଡିପାର୍ଟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ଉପରେ ଜନ ଶୁଣାଣୀ କରି ଆଲୋଚନା କରିଥିଲେ l ଏଥିରେ ବିଭିନ୍ନ ଗ୍ରାମପଞ୍ଚାୟତର ଅନେକ ଅଭିଯୋଗ ଆସିଥିବା ବେଳେ ତତ୍କ୍ଷଣ ସମାଧାନ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ବିଡ଼ିଓ ନିର୍ଦ୍ଦେଶ ଦେଇଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଏପିଓ ଭକ୍ତ ସେଠି ଏବଂ ଜିପିଓ ବାଲେଶ୍ଵର ନାଏକ ପରିଚାଳନା କରିଥିବା ବେଳେ ଏହି ଜନ ଶୁଣାଣୀ ରେ ଉଦ୍ଯାନ ବିଭାଗ, ଓ୍ବାଟରେସେଟ୍, ବନ ବିଭାଗ, ଆଇଟିଡିଏ ସମେତ୍ ଅନ୍ଯା ବିଭାଗରେ କାର୍ଯ୍ଯକାରୀ ହୋଇଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଆର୍ଥିକ ବର୍ଷ ୨୦୨୫ – ୨୬ ସାମାଜିକ ସମୀକ୍ଷା ଅବଧି ୧ ଅକ୍ଟୋବର ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫ ଏନ.ଏସ.ଏଫ.ଏ ୧ ଅପ୍ରେଲ ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ହୋଇଥିବା କାମ ଉପରେ ଜନ ଶୁଣାଣୀ ହୋଇଥିଲା।